ଚଳିତ ବର୍ଷ ବାଲେଶ୍ୱରରେ ରଥଯାତ୍ରାକୁ ଜଗିବ ଏଆଇ କ୍ୟାମେରା

ଭୁବନେଶ୍ୱର, ୨୪/୦୬: ଚଳିତ ବର୍ଷ ବାଲେଶ୍ୱରରେ ରଥଯାତ୍ରାକୁ ଜଗିବ ଏଆଇ କ୍ୟାମେରା ।  ବାଲେଶ୍ବରରୁ ନୀଳଗିରିକୁ ରଥଯାତ୍ରା ସମୟରେ ଗଡ଼ିବ ସ୍ବତନ୍ତ୍ର ବସ୍ । ନୀଳଗିରି ବ୍ଲକ ସମ୍ମିଳନୀ କକ୍ଷରେ ପବିତ୍ର ରଥଯାତ୍ରାକୁ ଶୃଙ୍ଖଳିତ ଓ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ନୀଳଗିରି ଉପ-ଜିଲ୍ଲାପାଳଙ୍କ ଅଧକ୍ଷତାରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ,ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ପ୍ରମୁଖ ଉପସ୍ଥିତ ରହିଥିଲେ । ଆସନ୍ତା ୧୦ ତାରିଖ ସୁଦ୍ଧା ରଥର ସମସ୍ତ ନିର୍ମାଣ କାର୍ଯ୍ୟର ସମ୍ପନ୍ନ କରାଯିବ ବୋଲି ମୁଖ୍ୟ ମହାରଣା ପ୍ରକାଶକରିଥିଲେ ।ଖାଦ୍ୟ,ପାନୀୟ,ସ୍ବାସ୍ଥ୍ୟ,ଗମନାଗମନ,ଓ ରଥ ଟଣା କିପରି ସୁଚାରୁ ରୂପେ ପରିଚାଳନା କରାଯିବା ସେ ବାବଦରେ ଆଲୋଚନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *