ରାୟଗଡା ଘଟଣାକୁ ରେଡ ଫ୍ଲାଗ ଅନ୍ତର୍ଭୁକ୍ତ କରିବାକୁ ଡିଜିପିଙ୍କ ନିର୍ଦେଶ

ଭୁବନେଶ୍ୱର, ୨୧/୦୬: ରାୟଗଡା ଘଟଣାକୁ ରେଡ ଫ୍ଲାଗ ଅନ୍ତର୍ଭୁକ୍ତ କରିବାକୁ CAWକୁ ନିର୍ଦେଶ ଦେଲେ ଡିଜିପି  ।  ଆସନ୍ତାକାଲି ରେଡଫ୍ଲାଗ ମାମଲା ରୁଜୁ କରିବ CAW ।
ସୂଚନା ଅନୁଯାୟୀ ରାୟଗଡ଼ା କଲ୍ୟାଣସିଂହପୁର ଭିଡ଼ହିଂସା ଘଟଣା । ରେଡ ଫ୍ଲାଗ ମାମଲା ପାଇଁ ପ୍ରସ୍ତାବ ଦେଇଥିଲେ  ରାୟଗଡ଼ା ପୁଲିସ । ପୋଲିସ ଏହି ଆକ୍ରମଣ ଘଟଣାର ଗୁରୁତର ସହ ନେଇଛି । କ୍ରାଇମ ବ୍ରାଞ୍ଚ ରାୟଗଡା ପୁଲିସକୁ ସହାୟତା କରୁଛି । ଘଟଣାରେ ବର୍ତମାନ ସୁଦ୍ଧା ୨୦ ଜଣଙ୍କୁ ଗିରଫ କରାଯାଇଥିବାବେଳେ ବହୁ ଲୋକଙ୍କୁ ଅଟକ ରଖି ଜେରା ଚାଲିଛି । ତଦନ୍ତ ଚାଲୁଥିବାରୁ ବହୁ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ଧରିବା ପାଇଁ ଜିଲ୍ଲା ପୋଲିସ ତରଫରୁ ବହୁତ ଗୁଡ଼ିଏ ଟିମ ଗଠନ କରି ତଦନ୍ତ ଚାଲିଥିବା ଏସ ପି ରାଜ ପ୍ରସାଦ ସୂଚନା ଦେଇଛନ୍ତି । ଏହି ଘଟଣାରେ ଯେଉଁମାନେ ଘଟଣାର ଭିଡିଓ ଉତ୍ତୋଳନ କରିଛନ୍ତି ଏବଂ ପରବର୍ତ୍ତି ସମୟରେ ଏହାକୁ ଭାଇରଲ କରିଛନ୍ତି ସେମାନଙ୍କ ବିରୋଧରେ ମଧ୍ୟ ଆଇଟି ଆକ୍ଟ ଅନୁଯାୟି ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ନେଇ ଏସପି କହିଛନ୍ତି । ଏନେଇ ପୋଲିସର ସାଇବର ଟିମ ଏବଂ ଦକ୍ଷିଣ ପୂ୍ର୍ବାଞ୍ଚଳ ଡିଆଇଜି ଅଖିଳେଶ୍ବର ସିଂଙ୍କ ପତ୍ୟକ୍ଷ ତତ୍ବାବଧାନରେ ଚାଲିଛି ବୋଲି ସୂଚନା ଦେଇଥିଲେ । ସମସ୍ତ ଘଟଣା ସେ ନିଜେ ତଦାରଖ କରୁଥିବା ପ୍ରକାଶ କରିଛନ୍ତି । ଘଟଣାକୁ ନେଇ ବର୍ତମାନ ସୁଦ୍ଧା ୩ଟି କେସ ହୋଇଛି।

Leave a Reply

Your email address will not be published. Required fields are marked *