ଆସନ୍ତାକାଲି ମୟୂରଭଞ୍ଜରେ ରହିବେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ୱର, ୧୯/୦୬: ଆସନ୍ତାକାଲି ମୟୂରଭଞ୍ଜରେ ରହିବେ ପ୍ରଧାନମନ୍ତ୍ରୀ ମୋଦୀ । ତାଙ୍କର ଏହି ଓଡ଼ିଶା ଗସ୍ତ ଉଲ୍ଲେଖନୀୟ ହେବ । କାରଣ ରାଷ୍ଟ୍ରପତି ମଧ୍ୟ ତାଙ୍କ ଜନ୍ମମାଟିକୁ ଆସିଛନ୍ତି । । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ମୋଦୀ ପାହାଡପୁର ଗାଁକୁ ଯିବେ ଏବଂ ତାହା ପରେ ଓଡ଼ିଶା ସରକାରଙ୍କ ୨ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବେ । ଏହି ଅବସରରେ ୪୭,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ କାର୍ଯ୍ୟର ଉଦଘାଟନ ଅଥବା ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ଆସନ୍ତାକାଲି ଜନ୍ମମାଟିରେ ଜନ୍ମଦିନ ପାଳିବେ ରାଷ୍ଟ୍ରପତି। ଦ୍ରୌପଦୀ ମୁର୍ମୁଙ୍କ କଥା ରଖି ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଥମ ଥର ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକାସାଙ୍ଗରେ ମୟୂରଭଞ୍ଜ ମାଟିରେ ପାଦ ଦେବେ। ରାଷ୍ଟ୍ରପତି ରାଇରଂଗପୁରରେ ପହଞ୍ଚି ସାରିଥିବାବେଳେ କାଲି ପୂର୍ବାହ୍ନ ୧୧ଟାରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ।

Leave a Reply

Your email address will not be published. Required fields are marked *