ନୂଆଦିଲ୍ଲୀ, ୧୯/୦୬: ନାଇଜରର ରାଜଧାନୀ ନିଆମେସ୍ଥିତ ଡିଓରି ହାମାନି ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ସଶସ୍ତ୍ର ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ୧୧ ସୈନ୍ୟ ଏବଂ ୨ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି । ସୁରକ୍ଷାକର୍ମୀଙ୍କ ପାଲଟା ଜବାବରେ ୨୨ ଆକ୍ରମଣକାରୀଙ୍କର ମଧ୍ୟ ମୃତ୍ୟୁ ହୋଇଛି । ପ୍ରାୟ ୨୦ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି ସୁରକ୍ଷା ବାହିନୀ । ଆକ୍ରମଣକାରୀମାନେ ଏକ ଟ୍ୟାକ୍ସିରେ ଆସି ସିକ୍ୟୁରିଟି ପୋଷ୍ଟରେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଥିଲେ। କିଛି ଘଣ୍ଟା ଧରି ଅଞ୍ଚଳରେ ପ୍ରବଳ ଗୁଳିବର୍ଷା ହୋଇଥିଲା ।ସେନାର ବଡ଼ଧରଣର ଅଭିଯାନରେ ପରିସ୍ଥିତି ଶାନ୍ତ ହୋଇଛି । ବିମାନବନ୍ଦର ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ସୂଚନା ମିଳିଛି । ନିଆମେ ବିମାନବନ୍ଦର ନାଇଜରର ଏକ ଗୁରୁତ୍ୱପୂର୍ଣ୍ଣ ସାମରିକ ଘାଟି । ଜି୫ ସାହେଲ ଆତଙ୍କବାଦ ବିରୋଧୀ ବାହିନୀ, ରୁଷିଆ ସୈନ୍ୟ ଏବଂ ଏକ ଡ୍ରୋନ୍ ୟୁନିଟ୍ ମୁତୟନ ଅଛନ୍ତି । ବିମାନବନ୍ଦରରେ ୟୁରାନିୟମ୍ ମଧ୍ୟ ସଂରକ୍ଷଣ କରାଯାଇଛି ।