ଆରମ୍ଭ ହେଲା ସରକାରଙ୍କ ସୋମନାଥ ସ୍ୱାଭିମାନ ପର୍ବ, ପତାକା ଦେଖାଇ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫/୦୬: ଆରମ୍ଭ ହେଲା ସରକାରଙ୍କ ସୋମନାଥ ସ୍ୱାଭିମାନ ପର୍ବ । ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ବିଭିନ୍ନ ଜିଲ୍ଲାରୁ ୧୨ ଶହରୁ ଅଧିକ ଲୋକଙ୍କୁ ସରକାର ସ୍ୱତନ୍ତ୍ର ଟ୍ରେନ୍‌ ଯୋଗେ ସୋମନାଥ ଭ୍ରମଣରେ ପଠାଇଛନ୍ତି । ୭ ଦିନ ଧରି ପର୍ଯ୍ୟଟକମାନେ ଗୁଜୁରାଟର ସୋମନାଥ ମନ୍ଦିର ବୁଲିବା ପରେ ଫେରିବେ । ରାଜଧାନୀ ଭୁବନେଶ୍ବରରେ ସୋମନାଥ ସ୍ୱାଭିମାନ ଯାତ୍ରାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କାର୍ଯ୍ୟକ୍ରମରେ ଉପସ୍ଥିତି ରହି ଗସ୍ତରେ ଯାଉଥିବା ଶ୍ରଦ୍ଧାଳୁମାନଙ୍କୁ ସ୍ୱାଗତ କରିଥିଲେ ।

Leave a Reply

Your email address will not be published. Required fields are marked *