ଶୁଭେନ୍ଦୁ ସରକାରଙ୍କ ବଡ଼ ନିଷ୍ପତ୍ତି, ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା ‘ଧାମ’ ଶବ୍ଦ

ନୂଆଦିଲ୍ଲୀ,୧୦/୦୬: ପଶ୍ଚିମବଙ୍ଗର ଦୀଘାଠାରେ ନିର୍ମିତ ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦକୁ ହଟାଇ ଦିଆଯାଇଛି । ପୂର୍ବରୁ ଏହାକୁ ‘ଜଗନ୍ନାଥ ଧାମ’ କୁହାଯାଉଥିବା ବେଳେ ଏବେ ଏହା ବଦଳରେ ‘ଜଗନ୍ନାଥ ସଂସ୍କୃତି କେନ୍ଦ୍ର’ ଲେଖାଯାଇଛି । ଓଡ଼ିଶା ସରକାରଙ୍କ ଚିଠି ପରେ ଶୁଭେନ୍ଦୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଗତକାଲି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏହି ଘୋଷଣା କରିଥିଲେ । ଦୀଘା ଜଗନ୍ନାଥ ମନ୍ଦିର ନାମରେ ‘ଧାମ’ ଶବ୍ଦ ବ୍ୟବହାରକୁ ନେଇ ପୂର୍ବରୁ ଅନେକ ବିବାଦ ଦେଖାଦେଇ ଥିଲା । ଶ୍ରୀଜଗନ୍ନାଥଙ୍କ ଚାରିଧାମ ମଧ୍ୟରୁ ଓଡ଼ିଶାର ପୁରୀ ଅନ୍ୟତମ ଏବଂ ପୁରୀର ସ୍ୱତନ୍ତ୍ରତାକୁ ବଜାୟ ରଖିବା ପାଇଁ ଅନେକ ଜଗନ୍ନାଥ ପ୍ରେମୀ ଓ ସେବାୟତ ଏହାକୁ ନେଇ ଆପତ୍ତି ଉଠାଇଥିଲେ । ଏହି ପରିପ୍ରେକ୍ଷୀରେ, ଦୀଘା ମନ୍ଦିରକୁ ଏବେ କେବଳ ଜଗନ୍ନାଥ ‘ସଂସ୍କୃତି କେନ୍ଦ୍ର’ ଭାବେ ଅଭିହିତ କରିବାକୁ ନିଷ୍ପତ୍ତି ନିଆଯାଇଛି ।

Leave a Reply

Your email address will not be published. Required fields are marked *