1 ଲକ୍ଷ ଡଲାର ଫି ସହିତ H-1B ଭିସା ସମ୍ପର୍କିତ ନୂଆ ନୀତିକୁ ବାତିଲ୍ କଲେ କୋର୍ଟ

ନୂଆଦିଲ୍ଲୀ,୦୯/୦୬: ଆମେରିକା ରାଷ୍ଟ୍ରପତିଙ୍କୁ ବଡ଼ ଝଟକା । H-1B ଭିସା ସମ୍ପର୍କିତ ଏକ ବିବାଦିତ ନୀତି ଉପରେ ଫେଡରାଲ କୋର୍ଟ୍ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛି । ସୂଚନା ଅନୁସାରେ, 1 ଲକ୍ଷ ଡଲାର ଫି ସହିତ H-1B ଭିସା ସମ୍ପର୍କିତ ନୂଆ ନୀତିକୁ କୋର୍ଟ୍ ବାତିଲ୍ କରିଦେଇଛି । ଏହି ନିଷ୍ପତ୍ତି ପରେ ଆମେରିକାରେ କାମ କରୁଥିବା ହଜାର ହଜାର ଭାରତୀୟ ପ୍ରଫେସନାଲମାନଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଆସିଛି । ପୂର୍ବରୁ ଏହି ନୀତି ଅନୁସାରେ H-1B ଭିସା ପାଇଁ ଉଚ୍ଚ ଶୁଳ୍କ ଦେବାକୁ ପଡ଼ୁଥିଲା, ଯାହା ଆମେରିକାରେ କାମ କରୁଥିବା ଫରେନ୍ ପ୍ରଫେସନାଲ ଓ ବିଶେଷକରି ଭାରତୀୟ ଆଇଟି କର୍ମଚାରୀଙ୍କୁ ପ୍ରଭାବିତ କରୁଥିଲା। କିନ୍ତୁ ଏବେ ଫେଡରାଲ କୋର୍ଟ୍ ଏହି ନିଷ୍ପତ୍ତିକୁ ଖାରଜ କରିବା ପରେ ଆଇନଗତ ଅସ୍ପଷ୍ଟତା ଦୂର ହୋଇଛି । ଏହା ଛଡ଼ା H-1B ଭିସା ପ୍ରକ୍ରିୟା ଆଗାମୀ ଦିନରେ ଅଧିକ ସହଜ ହେବାର ଆଶା ରହିଛି । ଆମେରିକା ସରକାରର ପରବର୍ତ୍ତୀ ପଦକ୍ଷେପ ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

Leave a Reply

Your email address will not be published. Required fields are marked *