କୁଚିଣ୍ଡା ଗସ୍ତରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ୨୦୭କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କଲେ

ଭୁବନେଶ୍ୱର,୧୪/୦୪: ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୁଚିଣ୍ଡା ଗସ୍ତରେ ଥିବା ବେଳେ କୁଚିଣ୍ଡା ପାଇଁ ଭେଟି ଦେଇଛନ୍ତି ବହୁ ପ୍ରକଳ୍ପ । ଆଜି ପ୍ରଥମେ ଡକ୍ଟର ବି ଆର ଆମ୍ବେଦକର ଜୟନ୍ତୀ ଅବସରରେ ଡକ୍ଟର ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । ପରେ ସରକାରୀ ଆଇ ଟି ଆଇ କ୍ୟାମ୍ପସ ରେ ଓଡିଶା ସରକାର ଙ୍କ ପୂର୍ତ୍ତ ବିଭାଗ ତରଫରୁ ପ୍ରାୟ ଦୁଇଶହ ସାତ କୋଟି ପଚିଶ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ର ପ୍ରକଳ୍ପ ଗୁଡିକର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ । ତିନିଗୋଟି ପ୍ରକଳ୍ପର ଶୁଭ ଉଦଘାଟନ କରିଥିବା ବେଳେ ସାତ ଗୋଟି ପ୍ରକଳ୍ପ ର ଶିଳାନ୍ୟାସ କରିଛନ୍ତି । ଏଥି ସହ କୁଚିଣ୍ଡା ର ଦୁଇଟି ନବ ନିର୍ମିତ କଲ୍ୟାଣ ମଣ୍ଡପ ର ଉଦଘାଟନ କରି କୁଚିଣ୍ଡା ବାସୀଙ୍କୁ ଭେଟି ଦେଇଛନ୍ତି। କାର୍ଯ୍ୟକ୍ରମ ରେ ତାଙ୍କ ସହ ଓଡିଶା ସରକାର ଙ୍କ ଗ୍ରାମ ଉନ୍ନୟନ, ପଞ୍ଚାୟତରାଜ ଓ ପାନୀୟଜଳ ଯୋଗାଣ ମନ୍ତ୍ରୀ ରବି ନାରାୟଣ ନାଏକ ।