ଭୁବନେଶ୍ୱର,୧୫/୦୨: ରାଜଧାନୀ ଭୁବନେଶ୍ବରେ ପ୍ରଭୁ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିର ପରିସରରେ ଉଠିଲା ମହାଦୀପ । ହୁଳହୁଳି, ହରିବୋଲରେ ପ୍ରକମ୍ପିତ ହେଉଛି ପୂରା ମନ୍ଦିର ପରିସର । ଏଥର ସଅଳ ଉଠିଛି ମହାଦୀପ, ଯାହା ଶିବଭକ୍ତ ତଥା ବ୍ରତଧାରୀଙ୍କୁ ନିରୋଳା ଆନନ୍ଦ ଦେଇଛି । ମହାଦୀପ ମନ୍ଦିର ଶିଖରକୁ ଉଠିବା ଆଗରୁ ଅନୁଷ୍ଠିତ ହୋଇଥିଲା ହରିହର ଭେଟ । ସ୍ବତନ୍ତ୍ର ରୀତିନୀତି ସହ ଶ୍ରୀଲିଙ୍ଗରାଜଙ୍କ ସହ ଭେଟ ହୋଇଥିଲେ ଶ୍ରୀ ଅନନ୍ତ ବାସୁଦେବ ।
ଆଜି ରାତି ୧୦ଟାରେ ମହାଦୀପ ଉଠିବାର ସୂଚନା ଥିଲେ ବି ୮ଟା ୪୦ ମିନିଟରେ ମହାଦୀପ ଉଠିଲା । ତେବେ ଗତ କିଛି ବର୍ଷ ଭିତରେ ଏତେ ଶୀଘ୍ର ମହାଦୀପ ଉଠିବା ସମସ୍ତଙ୍କୁ ଯେତିକି ଆଶ୍ଚର୍ଯ୍ୟ କରିଛି ସେତିକି ଖୁସି ବି କରିଛି ।