ପ୍ରଦୂଷଣକୁ ରୋକିବା ପାଇଁ ସ୍କ୍ରାପ୍ କରାଯିବ ପୁରୁଣା ଯାନବାହନ

ନୂଆଦିଲ୍ଲୀ,୧୫/୦୨: ରାଜଧାନୀ ଦିଲ୍ଲୀରେ ପୁରୁଣା ଯାନବାହାନ ମାଲିକଙ୍କ ପାଇଁ ଏକ ବଡ଼ ଚେତାବନୀ ଜାରି କରାଯାଇଛି। ପ୍ରଦୂଷଣକୁ କଡ଼ାକଡ଼ି ଭାବେ ରୋକିବା ପାଇଁ, ପରିବହନ ବିଭାଗ ନିଷ୍ପତ୍ତି ନେଇଛି ଯେ, ରାସ୍ତାରେ ପାର୍କିଂ କିମ୍ବା ଚାଲୁଥିବା ପୁରୁଣା ଯାନଗୁଡ଼ିକୁ ଏବେ ପୂର୍ବ ସୂଚନା ବିନା ଜବତ ଏବଂ ସ୍କ୍ରାପ୍ କରାଯିବ। ଦିଲ୍ଲୀରେ ଯେଉଁ ଯାନବାହାନ ପୁରୁଣା ହୋଇଗଲାଣି ଏବେ ସେସବୁର ସମୟ ସରି ଆସୁଛି। ଦିଲ୍ଲୀ ସରକାରଙ୍କ ପରିବହନ ବିଭାଗ ଏକ ସାର୍ବଜନୀନ ନୋଟିସ୍ ଜାରି କରି ସ୍ପଷ୍ଟ କରିଛି ଯେ, ରାଜଧାନୀର ରାସ୍ତାରେ ଆଉ ପୁରୁଣା ଯାନବାହାନ ଚଳାଚଳ କରିପାରିବ ନାହିଁ।ବିଭାଗ ଅନୁଯାୟୀ, ଯଦି ୧୦ ବର୍ଷରୁ ପୁରୁଣା ଡିଜେଲ ଗାଡ଼ି କିମ୍ବା ୧୫ ବର୍ଷରୁ ପୁରୁଣା ପେଟ୍ରୋଲ ଗାଡ଼ି ରାସ୍ତାରେ ଚଲାଉଥିବା କିମ୍ବା ସାର୍ବଜନୀନ ସ୍ଥାନରେ ପାର୍କିଂ କରୁଥିବା ଦେଖାଯାଏ, ତେବେ ତୁରନ୍ତ ଜବତ କରାଯିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିଭାଗ ଏହି କାର୍ଯ୍ୟାନୁଷ୍ଠାନ ପାଇଁ ଗାଡ଼ି ମାଲିକଙ୍କୁ ଆଉ ପୃଥକ ନୋଟିସ୍ ଜାରି କରିବ ନାହିଁ । ଗାଡ଼ିକୁ ସିଧାସଳଖ ସ୍କ୍ରାପ୍ ପାଇଁ ପଠାଯିବ।

Leave a Reply

Your email address will not be published. Required fields are marked *