ଭୁବନେଶ୍ୱର,୨୭/୦୧: ରାଜ୍ୟରେ ନୂଆ କରି ଗଠିତ ହୋଇଥିବା ଏନଏସି ଓ ମ୍ୟୁନିସିପାଲଟିରେ ଜୁନ୍ ୨୦ ତାରିଖ ପୂର୍ବରୁ ସରିବ ନିର୍ବାଚନ । ରାଜ୍ୟ ନିର୍ବାଚନ କମିସନ ଏ ବାବଦରେ ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି । ଏପଟେ ଦୀର୍ଘ ଦିନ ହେବ ଜନପ୍ରତିନିଧି ଶୂନ୍ୟ ହୋଇପଡ଼ିଛି ରାଜ୍ୟର ୧୪୮ଟି ପଞ୍ଚାୟତ । ରାଜ୍ୟରେ ନୂଆ କରି ଗଠନ ହୋଇଥିବା ମହାନଗର ନିଗମ, ପୌର ପରିଷଦ ଓ ଏନ୍ଏସି ପାଇଁ ହେବ ନିର୍ବାଚନ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ନିର୍ବାଚନ କମିସନ । ଗତ ୨୨ ଡିସେମ୍ବରରେ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ କରିଥିଲେ ସରକାର । ନିୟମ ଅନୁସାରେ, ବିଜ୍ଞପ୍ତି ପ୍ରକାଶର ୬ ମାସ ଅର୍ଥାତ୍ ଜୁନ୍ ୨୦ ତାରିଖ ସୁଦ୍ଧା ନିର୍ବାଚନ ସରିବ । ଜାନୁଆରି ୧୫ ତାରିଖରେ ଉକ୍ତ ଅଞ୍ଚଳ ଗୁଡିକରେ ସୀମା ନିର୍ଦ୍ଧାରଣ ଏବଂ ଆସନ ସଂରକ୍ଷଣ କରିବାକୁ ନଗର ଉନ୍ନୟନ ବିଭାଗକୁ ଅବଗତ କରିଥିଲେ ନିର୍ବାଚନ କମିସନ ।