ନୂଆଦିଲ୍ଲୀ,୨୭/୦୧: ଆଜି ସାରା ଦେଶରେ ବ୍ୟାଙ୍କ ବନ୍ଦ। ସପ୍ତାହରେ ୫ଟି କାର୍ଯ୍ୟଦିବସ ଦାବିରେ ୟୁନାଇଟେଡ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ ବନ୍ଦ ପାଳନ କରୁଛି। ଫଳରେ ନଗଦ ଟଙ୍କା କାରବାର ଓ ଚେକ୍ କ୍ଲିଅରାନ୍ସ ସେବା ପ୍ରଭାବିତ ହେବ। ଷ୍ଟେଟ ବ୍ୟାଙ୍କ, ପିଏନବି, ବ୍ୟାଙ୍କ ଅଫ୍ ବରୋଦା ସମେତ ୧୨ଟି ବ୍ୟାଙ୍କ ବନ୍ଦ। ଅନଲାଇନ ନେଣଦେଣ ପ୍ରଭାବିତ ହେବନାହିଁ ଓ
ୟୁପିଆଇ, ଇଣ୍ଟରନେଟ ବ୍ୟାଙ୍କିଂ ସେବା ପ୍ରଭାବିତ ହେବନାହିଁ।
କିଛି ସ୍ଥାନରେ ଏଟିଏମରୁ ଟଙ୍କା ଉଠାଣ ପ୍ରଭାବିତ ହୋଇପାରେ।
ଆନ୍ଦୋଳନରେ ସାମିଲ ହୋଇଛନ୍ତି ୧୨ଟି ବ୍ୟାଙ୍କ କର୍ମଚାରୀ
ଷ୍ଟେଟ ବ୍ୟାଙ୍କ, ପିଏନବି, ବ୍ୟାଙ୍କ ଅଫ୍ ବରୋଦା, କାନାଡ଼ା ବ୍ୟାଙ୍କ
ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଇଣ୍ଡିଆନ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର, ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କ।