ସେବା ଓ ସାହାସ ପାଇଁ ଗଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ପୁଲିସ ପଦକ ପ୍ରଦାନ

ଭୁବନେଶ୍ୱର,୨୬/୦୧: ସେବା ଓ ସାହାସ ପାଇଁ ଗଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ପୁଲିସ ପଦକ ପ୍ରଦାନ କରାଯାଇଛି । ଲୋକସେବା ଭବନରେ ପୁଲିସ, ଅଗ୍ନିଶମ, କଏଦୀ ଓ କାରାଗାର ବିଭାଗର କର୍ମଚାରୀଙ୍କୁ ସମ୍ମାନୀତ କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ବମପାଟି। ସାହସିକତା ପାଇଁ ରାଷ୍ଟ୍ରପତି ପଦକରେ ୯ ଜଣ ପୋଲିସ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଛି । ଏଥି ସହ ବିଶିଷ୍ଟ ସେବା ପାଇଁ ୨ ଜଣ ପୋଲିସ ସମେତ ଜଣେ ଅଗ୍ନିଶମ ଓ ଜଣେ ଜେଲ କାରାଗାର ବିଭାଗର କର୍ମଚାରୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି ।ସେହିପରି ଉଲ୍ଲେଖନୀୟ ସେବା ରାଷ୍ଟ୍ରପତି ପଦକ ପାଇଁ ୧୧ଜଣ ପୋଲିସଙ୍କ ସହ ୨ଜଣ ଅଗ୍ନିଶମ କର୍ମଚାରୀ, ୩ଜଣ ହୋମଗାର୍ଡ, ୨ଜଣ ଜେଲ ଓ କାରାଗାର ବିଭାଗର କର୍ମଚାରୀଙ୍କୁ ସମ୍ମାନିତ କରଯାଇଛି‌ । ସେହିପରି ପ୍ରଶଂସନୀୟ ସେବା ପାଇଁ ରାଜ୍ୟପାଳ ପୋଲିସ ପଦକରେ ଦକ୍ଷିଣାଞ୍ଚଳ ଆଇଜି ନିତି ଶେଖର, କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାୟକ, ପୁରୀ ଏସ୍‌ପି ପ୍ରତୀକ ସିଂ ଓ ଅତିରିକ୍ତ ଏସପି ଭିଜିଲାନ୍ସ ଅନୁପମା ମହାପାତ୍ର ଭଳି ପ୍ରମୁଖ ଅଧିକାରୀଙ୍କୁ ସମ୍ମାନିତ କରଯାଇଛି ।