ନୂଆଦିଲ୍ଲୀ,୨୫/୦୧: ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଐତିହାସିକ ମହାକାଶ ମିଶନ ସମୟରେ ଅସାଧାରଣ ସାହସ ପାଇଁ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ଭାରତର ସର୍ବୋଚ୍ଚ ଶାନ୍ତିକାଳୀନ ବୀରତ୍ୱ ପୁରସ୍କାର ଅଶୋକ ଚକ୍ର ପ୍ରଦାନ କରାଯିବ । ଶୁଭାଂଶୁ ମିଶନ ସମୟରେ ଚ୍ୟାଲେଞ୍ଜିଂ ପରିସ୍ଥିତିରେ ଅଦମ୍ୟ ସାହସ ଓ ବୁଦ୍ଧିମର୍ତ୍ତା ସହିତ ନିଜର କର୍ତ୍ତବ୍ୟ ପାଳନ କରି ଅନ୍ତର୍ଜାତୀୟ ସ୍ତରରେ ଭାରତ ପାଇଁ ସମ୍ମାନ ଆଣିଥିଲେ । ସେଥିପାଇଁ ତାଙ୍କୁ ଅଶୋକ ଚକ୍ର ପ୍ରଦାନ କରାଯିବ । ୨୫ ଜୁନ୍, ୨୦୨୫ରେ ଆରମ୍ଭ ହୋଇଥିବା ଆକ୍ସିଅମ୍-୪ ମିଶନର ଅଂଶ ଭାବରେ ଶୁଭାଂଶୁ ଶୁକ୍ଳା ଙ୍କ ଅନ୍ୟ ତିନି ଜଣ ମହାକାଶଚାରୀଙ୍କ ସହିତ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯାତ୍ରା କରିଥିଲେ। ୱିଙ୍ଗ୍ କମାଣ୍ଡର ରାକେଶ ଶର୍ମାଙ୍କ ପରେ ଶୁଭାଂଶୁ ଶୁକ୍ଳା ହେଉଛନ୍ତି ଦ୍ୱିତୀୟ ଭାରତୀୟ ମହାକାଶଚାରୀ ।