ଭୁବନେଶ୍ୱର,୧୪/୦୧: ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ନୀତି ବନ୍ଦ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଏକାମ୍ର ବିଧାୟକ ବାବୁ ସିଂହ। ସେ କହିଛନ୍ତି, ସେବାୟତ ସେବା କରିବାକୁ ଅଛନ୍ତି, ନିଷ୍ପତ୍ତି ନେବାକୁ ନୁହେଁ। ବିଶୃଙ୍ଖଳିତ ସେବାୟତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ନୀତିବନ୍ଦ ଅତି ଦୁର୍ଭାଗ୍ୟଜନକ। ଏହି ଘଟଣା ପାଇଁ ମୁଁ ଲଜ୍ଜିତ ଓ ଦୁଃଖିତ। ଆଜି ଅବଶ୍ୟ ଶ୍ରଦ୍ଧାଳୁ ମାହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ଏଣେ ସଂସ୍କୃତି ଗବେଷକ ଦାମୋଦର ପ୍ରଧାନୀ କହିଛନ୍ତି, ସରକାରୀ ସ୍ଥାଣୁତା ପାଇଁ ଏଭଳି ଘଟଣା ବାରମ୍ବାର ଘଟୁଛି। ତେଣେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ କହିଛନ୍ତି, ସେବାୟତମାନଙ୍କ ଭିତରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ପାଇଁ ଭକ୍ତିଭାବ ନାହିଁ। ଯେଉଁ ଦିନ ଭକ୍ତସମାଜ ଜାଗ୍ରତ ହେବେ, ସେହି ଦିନ ଏଭଳି ବିଶୃଙ୍ଖଳା ବନ୍ଦ ହେବ।