ଭୁବନେଶ୍ୱର,୧୧/୦୧: ରାଉରକେଲାରେ ଚାର୍ଟର ବିମାନ କେମିତି ଦୁର୍ଘଟଣାଗ୍ରସ୍ତ ହେଲା ସେନେଇ କାରଣ ଖୋଜା ଚାଲିଛି। ଦୁର୍ଘଟଣାସ୍ଥଳ ଜଲଦାରେ ପହଁଚି ତଦନ୍ତ କରିଛନ୍ତି ଡିଜିସିଏର ୫ଜଣିଆ ଟିମ୍ । ବିମାନ ପଡିଥିବା ସ୍ଥାନ ଓ ଆଖପାଖର ଫଟୋ ଓ ଭିଡିଓଗ୍ରାଫି କରିଛନ୍ତି । ବିମାନଟି ବାଜିଥିବା ଗଛ ପାଖରେ ମାପଚୁପ କରିଛନ୍ତି। ଅନୁଧ୍ୟାନ ପରେ ଡିଜିସିଏ ଟିମ୍ ବିମାନର ଗୁରୁତ୍ବପୂର୍ଣ୍ଣ ଯନ୍ତ୍ରାଂଶକୁ ସାଙ୍ଗରେ ନେଇଯାଇଛନ୍ତି । ଯାଂଚ ପରେ ପଦାକୁ ଆସିବ ଦୁର୍ଘଟଣାର କାରଣ । ବ୍ଲାକ୍ ବକ୍ସ ଅନୁଧ୍ୟାନ ପରେ ବିମାନ ଦୁର୍ଘଟଣାର ରହସ୍ୟ ଖୋଲିବ । ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋର ୪ଜଣିଆ ଟିମ୍ ବି ଦୁର୍ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି ।
ବାଣିଜ୍ୟ ଏବଂ ପରିବହନ ବିଭାଗ ପ୍ରମୁଖ ସଚିବ ଓ ବରିଷ୍ଠ ଅଧିକାରୀ ଜଲଦା ଯାଇ ସ୍ଥିତି ପରଖିଛନ୍ତି। କଟକ ଏସସିବି ଓ ଧରଣୀଧର ମେଡିକାଲ କଲେଜର ସ୍ନାୟୁ ବିଭାଗ କ୍ରିଟିକାଲ କେୟାରର ଦୁଇ ବରିଷ୍ଠ ଡାକ୍ତର ରାଉରକେଲା ଯାଇ ଆହତଙ୍କ ସ୍ବାସ୍ଥ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି।