ସୋମନଥ ସ୍ୱାଭିମାନ ପର୍ବରେ ସାମିଲ ହୋଇ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୧/୦୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି। ଜାନୁଆରି ୧୦ ତାରିଖ ରାତିରେ, ପ୍ରଧାନମନ୍ତ୍ରୀ ସୋମନାଥ ମନ୍ଦିରରେ ପହଞ୍ଚି ଓଁକାର ମନ୍ତ୍ର ଜପ କରିବାରେ ଅଂଶଗ୍ରହଣ କରିଥିଲେ। ଜାନୁଆରି ୧୧ ତାରିଖ ରବିବାର ପ୍ରଧାନମନ୍ତ୍ରୀ ସୋମନାଥ ମନ୍ଦିରକୁ ସୁରକ୍ଷା ଦେବା ପାଇଁ ନିଜ ଜୀବନ ବଳିଦାନ ଦେଇଥିବା ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଆୟୋଜିତ ଶୌର୍ୟ୍ୟ ଯାତ୍ରାରେ ଅଂଶଗ୍ରହଣ କରିଛନ୍ତି। ଏହା ସହ ପ୍ରଧାନମନ୍ତ୍ରୀ ସୋମନାଥ ମନ୍ଦିରରେ ପ୍ରାର୍ଥନା କରିବାକୁ ପହଞ୍ଚିଛନ୍ତି । ପୂର୍ବାହ୍ନ ୧୧ଟାରେ, ପ୍ରଧାନମନ୍ତ୍ରୀ “ସୋମନାଥ ସ୍ୱାଭିମାନ ପର୍ବ” ସ୍ମରଣାର୍ଥକ ଏକ ସାର୍ବଜନୀନ କାର୍ୟ୍ୟକ୍ରମରେ ଯୋଗଦେବେ, ଯାହା ମହମୁଦ ଗଜନୀଙ୍କ ସୋମନାଥ ମନ୍ଦିର ଉପରେ ଆକ୍ରମଣର ୧୦୦୦ତମ ବାର୍ଷିକୀ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମନାଥ ସ୍ୱାଭିମାନ ପର୍ବ ଅବସରରେ ସୋମନାଥ ମନ୍ଦିର ପରିସରରୁ ଦେଶକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଭାଷଣ ଆରମ୍ଭରେ “ଜୟ ସୋମନାଥ” ଧ୍ୱନିରେ ମନ୍ଦିର ପରିସର ପରିପୂର୍ଣ୍ଣ କରିଦେଇଥିଲେ, ଯାହା ଭକ୍ତମାନଙ୍କ ମଧ୍ୟରେ ଏକ ଅପୂର୍ବ ଉତ୍ସାହର ଲହରୀ ସୃଷ୍ଟି କରିଥିଲା । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସୋମନାଥ ସ୍ୱାଭିମାନ ପର୍ବ ହେଉଛି ଭାରତର ଲକ୍ଷ ଲକ୍ଷ ନାଗରିକଙ୍କ ଅନନ୍ତ ବିଶ୍ୱାସ, ଭକ୍ତି ଏବଂ ଅଟଳ ସଂକଳ୍ପର ଏକ ଜୀବନ୍ତ ପ୍ରତୀକ । ଏହି ପର୍ବ କେବଳ ଏକ ଘଟଣା ନୁହେଁ, ବରଂ ଭାରତର ଅନନ୍ତ ଚେତନା, ସାଂସ୍କୃତିକ ଐତିହ୍ୟ ଏବଂ ସ୍ୱାଭିମାନର ପ୍ରତୀକ। ଔରଙ୍ଗଜେବ ସୋମନାଥ ମନ୍ଦିରକୁ ଏକ ମସଜିଦରେ ପରିଣତ କରିବାକୁ ଚେଷ୍ଟା କରିଥିଲେ ।