ଭୁବନେଶ୍ୱର,୧୦/୦୧: ରାଉରକେଲା ବିମାନ ବନ୍ଦରରୁ ଭୁବନେଶ୍ୱର ଅଭିମୁଖେ ଉଡ଼ାଣ ଭରିବାର ଅଳ୍ପ ସମୟରେ ଘରୋଇ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ପାଇଲଟ୍ଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି । ତେବେ ବିମାନଟି ୯ ସିଟରର । ଉଡାଣ ଭରିବାର ଅଳ୍ପ ସମୟର ଭିତରେ ଇଞ୍ଜିନରେ ସମସ୍ୟା ଯୋଗୁ ଏକ ଜମିରେ ଜରୁରୀ ଅବତରଣ ପାଇଁ ଚେଷ୍ଟା କରିଥିଲେ ପାଇଲଟ୍ । ଆଉ ସେହି ଜରୁରୀ ଅବତରଣ ସମୟରେ ହିଁ ଏଭଳି ଏକ ଅଘଟଣ ଘଟିଯାଇଛି । ଆହତଙ୍କୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । କେଉଁ ପରିସ୍ଥିତିରେ ଏଭଳି ଏକ ଅଘଟଣ ଘଟିଗଲା ତାର ତଦନ୍ତ ଆରମ୍ଭ ହୋଇଛି ।