ଭୁବନେଶ୍ୱର, ୦୯/୦୧: ଆସନ୍ତା ୧୨ରେ ଓଡ଼ିଶା ରାଜନୀତି ନେବ ନୂଆ ମୋଡ । ୩ ଦଳର ଅସନ୍ତୁଷ୍ଟଙ୍କୁ ଏକାଠି କରି ଯୁବ ସମାବେଶ କରିବେ ମହମ୍ମଦ ମୋକିମ । ଭୁବନେଶ୍ବରରେ ହେବାକୁ ଥିବା ସମାବେଶ ପାଇଁ କଟକରୁ ହେଉଛି ବ୍ଲୁ-ପ୍ରିଣ୍ଟ । ଯୁବ ଦିବସରେ ଯୁବ ସମାବେଶ ଜରିଆରେ ଶକ୍ତି ପ୍ରଦର୍ଶନ କରିବାକୁ ଅଣ୍ଟା ଭିଡ଼ିଛନ୍ତି ମୋକିମ । ଭୁବନେଶ୍ବରରେ ହେବାକୁ ଥିବା ସମାବେଶରେ ୧୦୦୦ରୁ ଅଧିକ ଜିଲ୍ଲାୱାରୀ ଯୁବନେତୃତ୍ବଙ୍କୁ ଏକାଠି କରି ରାଜନୈତିକ ଭବିଷ୍ୟତ ଗଢିବେ। ଆଞ୍ଚଳିକ ଦଳର ଆବଶ୍ୟକତାକୁ ନେଇ ଭିତ୍ତିର ସର୍ଭେ ପରେ ଉପକୂଳବର୍ତ୍ତୀ ଜିଲ୍ଲା ଉପରେ ଅଧିକ ଫୋକସ୍ କରିଛନ୍ତି ମୋକିମ। ଦଳ ଛାଡିବା ପରେ କଟକ କଂଗ୍ରେସ ସଙ୍ଗଠନର ସିଂହଭାଗ କର୍ମୀ ଏବେ ମୋକିମଙ୍କ ସାଥିରେ ଅଛନ୍ତି।