ରାଜ୍ୟରେ ପୁଣି ବଢ଼ିଲା ଥଣ୍ଡାର ପ୍ରକୋପ, ଏହି ସବୁ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର,୦୭/୦୧: ରାଜ୍ୟରେ ପୁଣି କଲବଲ କଲାଣି ଶୀତ। ଝାରସୁଗୁଡ଼ାରେ ୭୩ ବର୍ଷର ରେକର୍ଡ ଭାଙ୍ଗିଛି ଥଣ୍ଡା। ଝାରସୁଗୁଡ଼ାରେ ରାତି ତାପମାତ୍ରା ୫.୧ ଡିଗ୍ରି ରେକର୍ଡ ହୋଇଛି। ରାଜ୍ୟର ୧୬ ସହରରେ ତାପମାତ୍ରା ୧୦ ଡିଗ୍ରି ତଳେ ରେକର୍ଡ କରାଯାଇଛି। ରାଉରକେଲାରେ ୬.୬ ଡିଗ୍ରି, କିରେଇ ଓ ଜି.ଉଦୟଗିରିରେ ୬.୮ ଡିଗ୍ରି, ଦାରିଙ୍ଗବାଡ଼ିରେ ୭.୫ ଡିଗ୍ରି, ସୁନ୍ଦରଗଡ଼ରେ ୭.୬ ଡିଗ୍ରି, ସେମିଳିଗୁଡ଼ାରେ ୮.୫ ଡିଗ୍ରି, ବଲାଙ୍ଗୀରରେ ୮.୮ ଡିଗ୍ରି, ଫୁଲବାଣୀ ଓ କେନ୍ଦୁଝର ୯ ଡିଗ୍ରି, ସୋନପୁରରେ ୯.୧ ଡିଗ୍ରି, ଢେଙ୍କାନାଳରେ ୯.୯ ଡିଗ୍ରି ରେକର୍ଡ କରାଯାଇଛି। ଚଳିତ ବର୍ଷ ପ୍ରଥମଥର କଟକରେ ରାତିର ପାରଦ ୧୦ ଡିଗ୍ରି ଛୁଇଁଥିବା ବେଳେ ଭୁବନେଶ୍ବରରେ ୧୨.୯ ଡିଗ୍ରି ରେକର୍ଡ ହୋଇଛି। ଥଣ୍ଡା ସାଙ୍ଗକୁ ଘନ କୁହୁଡି ଲୋକଙ୍କୁ ଅସ୍ତବ୍ୟସ୍ତ କରିଛି। ଆଜି କନ୍ଧମାଳ, ନୟାଗଡ଼, ବୌଦ୍ଧ, କୋରାପୁଟରେ ଘନକୁହୁଡ଼ି ଦେଖାଯିବ। ୯ ତାରିଖ ଯାଏଁ ପ୍ରବଳରୁ ଅତି ପ୍ରବଳ ଥଣ୍ଡା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ, କଟକ, ଜଗତସିଂହପର, କୋରାପୁଟରେ ଅନୁଭୂତ ହେବ ଥଣ୍ଡାର ଥାର୍ଡ ଡିଗ୍ର। ଆଜି ପାଇଁ ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ କଟକ, ଜଗତସିଂହପୁର, କୋରାପୁଟ ପାଇଁ ୱାର୍ଣ୍ଣିଂ ଜାରି ହୋଇଛି।