କମେଡିଆନ ଗୁଲୁଆ ଆଣିଲେ ସାଙ୍ଘାତିକ ଅଭିଯୋଗ, କହିଲେ ମତେ ମିଳିଛି ଧମକ

ଭୁବନେଶ୍ୱର,୨୫/୧୨: ୟୁଟ୍ୟୁବର ତଥା ହାସ୍ୟ ଅଭିନେତା ଗୁଲୁଆଙ୍କ ଜୀବନ ପ୍ରତି ବିପଦ ଥିବା ସେ କହିଛନ୍ତି। ସୋସିଆଲ ମିଡିଆରେ ଭିଡ଼ିଓ ପୋଷ୍ଟ କରି ଲୋଡ଼ିଲେ ସୁରକ୍ଷା । ତାଙ୍କୁ କେହି ଜଣେ ୫୦ ଲକ୍ଷ ଟଙ୍କା ଦାବି କରିବା ସହ ତାଙ୍କୁ ବଦନାମ କରିବାକୁ ଧମକ ମିଳୁଛି। ଏମିତି କି ଟଙ୍କା ନଦେଲେ ସାରା ଜୀବନ ପାଇଁ ମାଡ଼ ମାରି ଅକାମୀ କରିଦେବାକୁ ମଧ୍ୟ ଧମକ ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି । ପୁଲିସ୍ ପ୍ରଶାସନ ତାଙ୍କୁ ସୁରକ୍ଷା ଯୋଗାଇଦେଉ ବୋଲି ସେ ଦାବି କରିଛନ୍ତି । ଅନ୍ୟପଟେ ଗୁଲୁଆଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପତ୍ନୀ ବର୍ଷା। କହିଛନ୍ତି, ମିଛ କହୁଛନ୍ତି ସ୍ବାମୀ ଗୁଲୁଆ । ମୋତେ ଘରୁ ନିର୍ଯାତନା ଦେଇ ବାହାର କରିଛନ୍ତି। ଅନେକ ଝିଅଙ୍କ ସହ ତାଙ୍କର ସମ୍ପର୍କ ଥିବାର ମୁଁ ପ୍ରମାଣ ପାଇଛି। ମୋ ସହ ସମ୍ପର୍କ ନ ତୁଟାଇ ଅନ୍ୟ ଝିଅଙ୍କ ସହ ସମ୍ପର୍କ ରଖିଛନ୍ତି ।