ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେଲେ ଅନୁ ଗର୍ଗ

ଭୁବନେଶ୍ୱର,୨୪/୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ନୂଆ ବର୍ଷରୁ ଦାୟିତ୍ୱ ନେବେ ଅନୁ ଗର୍ଗ । ୧୯୯୧ ବ୍ୟାଚର ଓଡିଶା କ୍ୟାଡ଼ର IAS ଅଫିସର । ଏବେ ଉନ୍ନୟନ କମିଶନର ଅଛନ୍ତି ଅନୁ ଗର୍ଗ । ମନୋଜ ଆହୁଜାଙ୍କ ସ୍ଥାନ ନେଲେ ଅନୁ । ସାଧରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେଲେ ଅନୁ ଗର୍ଗ । ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଡିସେମ୍ବର ୩୧ରେ ସରୁଛି ।