ଭୁବନେଶ୍ୱର,୦୯/୧୨: ସରିଲା ବିଧାନସଭାର ଶୀତ ଅଧିବେଶନ । ବିଧାନସଭାର ଗୃହ କାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ କଲେ ବାଚସ୍ପତି । ଶୀତ ଅଧିବେଶନରେ ମୋଟ ୧୧ ଦିନ ଚାଲିଲା ଗୃହକାର୍ଯ୍ୟ । ତେବେ ଏଥର ବିଧାନସଭାର ଶୀତ ଅଧିବେଶନ ବେଶ୍ ଚର୍ଚ୍ଚିତ ଥିଲା । କାରଣ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧାନସଭାକୁ ସମ୍ବୋଧିତ କରିଥିଲେ । ବିଧାୟକମାନେ କେମିତି ଆଚରଣ ଓ ଉଚ୍ଚାରଣ କରିବେ ସେନେଇ ସଚେତନ କରାଇଥିଲେ । ଖାଲି ଏତିକି ନୁହେଁ ବରଂ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାସହ ଅନେକ ପ୍ରସଙ୍ଗରେ ଶାସକ ଓ ବିରୋଧୀ ବି ଗୃହରେ ମୁହାଁମୁହିଁ ହେବାର ଦେଖାଯାଇଥିଲା । ଅନ୍ୟପରେ ବିଧାୟକଙ୍କ ଦରମା ବୃଦ୍ଧି ପାଇଛି ।ପୂର୍ବରୁ ଦରମା ଓ ଭତ୍ତା ବାବଦକୁ ମିଳୁଥିଲା ୧ଲକ୍ଷ ଟଙ୍କା ମିଳୁଥିବା ବେଳେ ଏବେ ମିଳିବ ୩ଲକ୍ଷ ଟଙ୍କା ।