ଭଦ୍ରକରେ ରାଜନୈତିକ ସ୍ତରରେ ହଲଚଲ, ବିଜେପିରେ ସାମିଲ ହେଲର ପ୍ରଫୁଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ୱର, ୦୬/୧୨: ଭଦ୍ରକରେ ରାଜନୈତିକ ସ୍ତରରେ ହଲଚଲ। ବାପା ବିଜେଡିରେ ଥିବାବେଳେ ଦୁଇ ପୁଅ ମିଶିଲେ ବିଜେପିରେ । ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ବିଶାଳ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା । ବିଜେପିର ‘ଅପରେସନ ଲୋଟସ’ ଅଭିଯାନ କ୍ରମରେ ଆଜି ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ଉପସଭାପତି ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ ଆନୁଷ୍ଠାନିକ ଭାବେ ପଦ୍ମ ଧରିଛନ୍ତି ।ଏହି ମିଶ୍ରଣ ପର୍ବ କେବଳ ପ୍ରଫୁଲ୍ଲ ସାମଲଙ୍କ ପରିବାର ମଧ୍ୟରେ ସୀମିତ ରହିନାହିଁ, ବରଂ ଭଦ୍ରକ ଜିଲ୍ଲାର ରାଜନୈତିକ ସମୀକରଣକୁ ମଧ୍ୟ ଦୋହଲାଇ ଦେଇଛି । ନିକଟରେ ବିଜେଡି ଛାଡିଥିବା ଭଦ୍ରକ, ବନ୍ତ, ଭଣ୍ଡାରୀପୋଖରୀ ଏବଂ ବାସୁଦେବପୁରର ୪ ଜଣ ବ୍ଲକ ଅଧ୍ୟକ୍ଷ ବିଜେପିରେ ସାମିଲ ହୋଇଛନ୍ତି । ଏହା ବ୍ୟତୀତ ଭଦ୍ରକ ଜିଲ୍ଲାର ବହୁ ସଂଖ୍ୟକ ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲ୍ଲା ଓ ବ୍ଲକ ସ୍ତରୀୟ ବହୁ ବିଜେଡି ନେତା ଓ କର୍ମୀ ଆଜି ପଦ୍ମ ଶିବିରରେ ଯୋଗ ଦେଇଛନ୍ତି ।