ଭୁବନେଶ୍ୱର,୨/୧୨: ବାତ୍ୟା ଡିଟୱା ଶ୍ରୀଲଙ୍କାରେ ଜଳପ୍ରଳୟ ଆଣିଥିବାବେଳେ ରବିବାର ପଶ୍ଚିମ ବଙ୍ଗୋପସାଗରରେ ଏହା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଥିଲା । ଗଭୀର ଅବପାତ ସ୍ଥିତି ୨୪ ଘଣ୍ଟା ପର୍ଯ୍ୟନ୍ତ ଲାଗି ରହିବ । ଏହାର ପ୍ରଭାବରେ ତାମିଲନାନୁର ତିରୁଭଲ୍ଲୁର, ରାଣିପେଟ୍, କାଞ୍ଚିପୁରମ୍, ଚେନ୍ନାଇ, ଚେଙ୍ଗଲପଟ୍ଟୁ ଓ ଭେଲୋର ଜିଲ୍ଲାରେ ସୋମବାର ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଆଇଏମ୍ଡି ପକ୍ଷରୁ କୁହାଯାଇଛି। ତିରୁପୁଥୁର, ତିରୁଭନ୍ନମଲାଇ ଓ ଭିଲ୍ଲୁପୁରମ ଜିଲ୍ଲା ଏବଂ ପୁଡୁଚେରୀର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ବି ସମ୍ଭାବନା ରହିଛି। ଅବପାତ ପ୍ରଭାବରେ ତାମିଲନାଡୁରେ ର ଉତ୍ତର ଉପକୂଳ, କରାଇକଲ ଦକ୍ଷିଣ ଉପକୂଳ ଓ ପୁଡୁଚେରୀରେ ୬୦ରୁ ୭୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି। ସ୍ଥଳ ବିଶେଷରେ ପବନର ବେଗ ୮୦ କିମି ରହିବ ବୋଲି ଆଇଏମ୍ଡି ପକ୍ଷରୁ କୁହାଯାଇଛି ।ସେପଟେ ତାମିଲନାଡୁରେ ପ୍ରବଳ ବର୍ଷା, ୩ଟି ଜିଲ୍ଲାରେ ଶିକ୍ଷାନୁଷ୍ଠାନ ବନ୍ଦ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ଡିଟୱା କାରଣରୁ ତାମିଲନାଡୁର ତିନୋଟି ଜିଲ୍ଲାରେ ସ୍କୁଲ ଏବଂ କଲେଜ ବନ୍ଦ ରଖାଯାଇଛି । ପ୍ରବଳ ବର୍ଷା ଏବଂ ବନ୍ୟା ଆଶଙ୍କା କରି କର୍ତ୍ତୃପକ୍ଷ ବାସିନ୍ଦାଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି।