ଭୁବନେଶ୍ୱର,୨୯/୧୧: ଶୀତ ଦିନେ ଗାଡ଼ି ଚଳାଇବାବେଳେ ସତର୍କ ରୁହନ୍ତୁ । କୁହୁଡ଼ି ସମୟରେ ଗାଡ଼ି ଚଳାଇଲେ ଦୁର୍ଘଟଣା ହେବାର ସମ୍ଭାବନା ରହିଛି । ସାବଧାନତା ସହ ଗାଡ଼ି ଚଳାଇବାକୁ ଏଭଳି ପରାମର୍ଶ ଦେଇଛି ରାଜ୍ୟ ପରିବହନ ପ୍ରାଧିକରଣ । ରାତି ଓ ଭୋର ସମୟରେ କୁହୁଡ଼ି ଯୋଗୁଁ ରାସ୍ତା ଠିକ ଭାବେ ଦେଖାଯାଏ ନାହିଁ, ଯାହା ଦୁର୍ଘଟଣାର କାରଣ ହୁଏ ।ଦୀର୍ଘ ସମୟ ଧରି ଗାଡ଼ି ଚଳାଉଥିଲେ ମଝିରେ ମଝିରେ ଟିକେ ଅଟକିଯାଇ ବିଶ୍ରାମ ନେବାକୁ ପରାମର୍ଶ ଦେଇଛି ଏସଟିଏ । ସୋସିଆଲ ମିଡିଆରେ ଏଭଳି ସତର୍କ ସୂଚନା ଜାରି କରିଛି । ଗତ କିଛି ଦିନ ତଳେ ରାଜ୍ୟ ପରିବହନ ପ୍ରାଧିକରଣ ଏନେଇ ଏସଓପି ମଧ୍ୟ ଜାରି କରିଥିଲା । ୧୬ ନଭେମ୍ବରରୁ ୨୮ ଫେବୃଆରୀ ପର୍ଯ୍ୟନ୍ତ ବିଶେଷ ଅଭିଯାନ ପାଇଁ ରାଜ୍ୟର ସମସ୍ତ ଆରଟିଓଙ୍କୁ ଏସଓପି ପାଳନ କରିବାକୁ ନିର୍ଦ୍ଦେଶ ରହିଛି ।