ଭୁବନେଶ୍ୱର,୨୮/୧୧: ଆସିଲା ଅତିରିକ୍ତ ବଜେଟ୍ । ବିଧାନସଭାରେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି । ୧୭ ହଜାର ୪୪୦ କୋଟି ଟଙ୍କାର ଏହି ଅତିରିକ୍ତ ବଜେଟରେ ବିଭିନ୍ନ ବିଭାଗ ପାଇଁ ବ୍ୟୟବରାଦ କରିଛନ୍ତି ସରକାର । ଅତିରିକ୍ତ ବଜେଟ୍ ଆଗତ ପରେ କାଲି ପର୍ଯ୍ୟନ୍ତ ଗୃହ ମୁଲତବି ଘୋଷଣା କରିଛନ୍ତି ।
-ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ୧୧୬୪ କୋଟି
-ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ପାଇଁ ୫୩୧ କୋଟି
-ଖାଦ୍ୟ ଯୋଗାଣ ଏବଂ ଗ୍ରାହକ କଲ୍ୟାଣ ପାଇଁ ୪୩୨୯ କୋଟି
-ପଞ୍ଚାୟତିରାଜ, ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ପାଇଁ ୬୧୬ କୋଟି
-କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ୧୬୭୩ କୋଟି
-ସହରୀ ବିକାଶ ପାଇଁ ୩୦୩ କୋଟି
-ଶିକ୍ଷା କ୍ଷେତ୍ର ପାଇଁ ୨୩୨୭ କୋଟି
-ମହିଳା ଓ ଶିଶୁ ବିକାଶ ପାଇଁ ୧୫୫୮ କୋଟି
-ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ସୂଚନା ପ୍ରଯୁକ୍ତି କ୍ଷେତ୍ର ପାଇଁ ୧୧୭ କୋଟି
-ଭିତ୍ତିଭୂମି ବିକାଶ ପାଇଁ ୧୯୫୫ କୋଟି
-ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ପାଇଁ ୫୭୬ କୋଟି
-ଶିଳ୍ପ ଏବଂ ଏମଏସଏମଇ ବିକାଶ ପାଇଁ ୩୩୭ କୋଟି
-ଓଡ଼ିଆ ଭାଷା, ସଂସ୍କୃତି ଏବଂ ହସ୍ତତନ୍ତ, ବୟନଶିଳ୍ପ ପାଇଁ ୩୬୩ କୋଟି
-ଆଭ୍ୟନ୍ତରୀଣ ସୁରକ୍ଷା ଓ ଆଇନ ପାଇଁ ୩୧୬ କୋଟି