ଭାରତୀୟ ମହିଳା କ୍ରିକେଟରଙ୍କୁ ଟାଟା କମ୍ପାନିର ବଡ଼ ଉପହାର, ଜାଣନ୍ତୁ କଣ?

ନୂଆଦିଲ୍ଲୀ,୦୬/୧୧: ବିଶ୍ବ ବିଜୟିନୀ କ୍ରିକେଟ୍ ଜଗତରେ ନୂଆ ଅଧ୍ୟାୟ ଲେଖିଥିବା ଭାରତୀୟ ମହିଳା କ୍ରିକେଟରଙ୍କୁ ଟାଟା କମ୍ପାନିର ବଡ଼ ଉପହାର । ଦେଶ ପାଇଁ ଗୌରବ ଆଣିଥିବା ପ୍ରତ୍ୟେକ ମହିଳା କ୍ରିକେଟରଙ୍କୁ ଦାମୀ କାର୍ ଉପହାର ଦେବାକୁ ଘୋଷଣା କରିଛି ଟାଟା କମ୍ପାନି । ଏପରିକି ଟାଟାର ଏକ ସ୍ବତନ୍ତ୍ର କାର୍ ଲଞ୍ଚ୍ ହେବା ପୂର୍ବରୁ ଏହାର ପ୍ରଥମ ୟୁନିଟ୍ ଭାରତୀୟ ମହିଳା କ୍ରିକେଟର ଟିମକୁ ଦେବ ଟାଟା ।ବଡ଼କଥା ହେଉଛି ଭାରତୀୟ ମହିଳା କ୍ରିକେଟ ଦଳକୁ ସମ୍ମାନିତ କରିବା ପାଇଁ ଟାଟା ମୋଟର୍ସ ବହୁ ପ୍ରତୀକ୍ଷିତ ଟାଟା ସିଏରାର ପ୍ରଥମ ୟୁନିଟ୍ ଆସନ୍ତା ନଭେମ୍ବର ୨୫ ତାରିଖରେ ଅର୍ଥାତ୍ ଲଞ୍ଚ୍ ଦିନ ହିଁ ପ୍ରଦାନ କରିବ । ଏପରିକି SUVର ସବୁଠାରୁ ଶାନଦାର ଭାରିଆଣ୍ଟ ମହିଳା ବ୍ରିଗେଡଙ୍କୁ ଉପହାର ସ୍ବରୂପ ଦେବ । ଏନେଇ ଟାଟା ମୋଟର୍ସ ପାସେଞ୍ଜର ଭେଇକିଲ୍ସ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ ଶୈଳେଶ ଚନ୍ଦ୍ର କହିଛନ୍ତି, “ଭାରତୀୟ ମହିଳା କ୍ରିକେଟ୍ ଦଳର ଐତିହାସିକ ପ୍ରଦର୍ଶନ ଦ୍ବାରା ଭାରତକୁ ବିଜୟ ଦେଇ ଗର୍ବିତ କରିଛନ୍ତି । ତେଣୁ ଆମେ ଆମ ଭାରତ ସୁନା ଝିଅଙ୍କୁ ଟାଟା ସିଏରା ଉପହାର ଦେବା ଆମ ପାଇଁ ସୌଭାଗ୍ୟର କଥା ।