ଭୁବନେଶ୍ୱର,୦୪/୧୧: କଟକ ବାଲିଯାତ୍ରା ଆୟୋଜନ ବିବାଦ ପ୍ରସଙ୍ଗ । ବାଲିଯାତ୍ରା ଆୟୋଜନରେ ହସ୍ତକ୍ଷେପ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଉପର ବାଲିଯାତ୍ରା ପଡିଆରେ ଯଥାବିଧି ଆୟୋଜନ ପାଇଁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ । ଉପର ବାଲିଯାତ୍ରା ପଡିଆକୁ ଆୟୋଜନରୁ ବାଦ୍ ଦେଇଥିଲା ପ୍ରଶାସନ । ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଉପର ବାଲିଯାତ୍ରା ପଡିଆରେ ପ୍ରସ୍ତୁତି ସମୀକ୍ଷା କଲେ ଜିଲ୍ଲାପାଳ । ସମୀକ୍ଷା ପରେ ଉପର ପଡ଼ିଆରେ ପୂର୍ଣ୍ଣାଙ୍ଗ ଆୟୋଜନ ପାଇଁ ଜିଲ୍ଲାପାଳଙ୍କ ପ୍ରତିଶୃତି ଦେଇଛନ୍ତି ।