ଭୁବନେଶ୍ୱର,୦୪/୧୧: ନୂଆପଡା ଉପ ନିର୍ବାଚନ ପାଇଁ ପ୍ରଚାରରେ କମ୍ପୁଛି ମଇଦାନ । ହେବି ୱେଟ୍ଙ୍କ ପ୍ରଚାର ଭିତରେ ବଢ଼ିବାରେ ଲାଗିଛି ଆରୋପ, ପ୍ରତିଆରୋପ । ଏହାରି ଭିତରେ ସକାଳୁ ସକାଳୁ ସାମ୍ବାଦିକ ସମ୍ମିଳନୀ କରି ନବୀନ ପଟ୍ଟନାୟକଙ୍କ କଟାକ୍ଷର ଜବାବ ରଖିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । କହିଛନ୍ତି, ଆଗରୁ କେବେ ନୂଆପଡ଼ାରେ ପାଦ ପଡୁ ନଥିଲା । ବାପାଙ୍କୁ ଦେଖିବା ପାଇଁ କେବେ ଆଗରୁ ଆସିନଥିଲେ । ହେଲେ ଏବେ ନିର୍ବାଚନବେଳେ ନୂଆପଡ଼ା କଥା ମନେପଡ଼ିଲା । ଭୋଟର ସବୁ ଜାଣନ୍ତି, ସେମାନେ ବିଚାର କରିବେ ବୋଲି କହିଛନ୍ତି । ଏପଟେ ବିହାର ନିର୍ବାଚନରେ ଚାଲିଛି ହେଭିୱେଟ ରାଜନେତାଙ୍କ ପ୍ରଚାର। ଜନସଭାରେ ମିଳୁଛି ବଡ଼ ବଡ଼ ପ୍ରତିଶ୍ରୁତି। ନିଯୁକ୍ତି, ସ୍ବାସ୍ଥ୍ୟ ଓ ଶିକ୍ଷାର ବିକାଶ କଥା କହୁଛନ୍ତି ରାଜନେତା ।