ଭୁବନେଶ୍ୱର,୨/୧୧: ଆସନ୍ତାକାଲିଠୁ ନୂଆପଡ଼ାରେ ଆରମ୍ଭ ହେବ ହାଇ ଭୋଲଡେଟ୍ ପ୍ରଚାର । ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ ପଟ୍ଟନାୟକ ଓ ମୋହନ ମାଝୀ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ । ନୂଆପଡ଼ା ଉପନିର୍ବାଚନ ପ୍ରଚାର ଶେଷ ହେବାକୁ ମାତ୍ର ସପ୍ତାହେ ବାକି । ଛାମୁଆଙ୍କ ପରେ ଏବେ ମୁଖିଆଙ୍କ ପାଳି । ଆସନ୍ତାକାଲି ପ୍ରଚାରକୁ ଯିବେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । କୋମନାର ତରବୋଡରେ ଜନସଭା କରିବେ । ୭ ତାରିଖରେ ପ୍ରଚାର ମୈଦାନକୁ ଓହ୍ଲାଇପାରନ୍ତି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ । ସାଲେଭଟାରେ କଂଗ୍ରେସ ପ୍ରାର୍ଥୀ ଘାସିରାମଙ୍କ ପାଇଁ ପ୍ରଚାର କରିବେ। ବିଜେପି ପ୍ରାର୍ଥୀଙ୍କ ପାଇଁ ଦ୍ବିତୀୟ ଥର ଭୋଟ ମାଗିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶେଷ ପର୍ଯ୍ୟାୟରେ ଅର୍ଥାତ୍ ୬ରୁ ୮ ତାରିଖ ପର୍ଯ୍ୟନ୍ତ ସେ ନୂଆପଡ଼ାରେ ପ୍ରଚାର କରିବେ ।