ଭୁବନେଶ୍ୱର,୧/୧୧: ଆଜିଠୁ ଆରମ୍ଭ ହେବ କାର୍ତ୍ତିକ ମାସର ପଞ୍ଚୁକ ଓ ବଡଓଷା ଯାତ୍ରା । ବାବା ଧବଳେଶ୍ଵରଙ୍କୁ ଦର୍ଶନ କରିବେ ହଜାର ହଜାର ଶ୍ରଦ୍ଧାଳୁ। ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଶ୍ରଦ୍ଧାଳୁମାନେ ଶାନ୍ତିଶୃଙ୍ଖଳାର ସହ ଦର୍ଶନ କରିଵା ଲାଗି କଂକ୍ରିଟ ପୋଲ ଠାରୁ ଆରମ୍ଭ କରି ମନ୍ଦିର ବେଢା ପ୍ରଯ୍ୟନ୍ତ ବ୍ୟାରିକେଡ, ୩୨ ଟି ସ୍ଥାନରେ ସିସିଟିଭି ଲଗାଯିବ ସହିତ ଓଡ୍ରାଫ, ଅଗ୍ନିଶମ ବିଭାଗଙ୍କୁ ନିୟୋଜିତ କରାଯାଇଛି । ଚଳିତ ବର୍ଷ ୪ ଦିନ ପଞ୍ଚକ ପଡୁଥିବା ବେଳେ ଧବଳେଶ୍ୱରଙ୍କ ପୀଠରେ ପଞ୍ଚୁକ ପାଞ୍ଚ ଦିନରେ ୫ଟି ବେଶ କରାଯିବା ପାଇଁ ପୂଜକ ସମିତି ପକ୍ଷରୁ ନିଷ୍ପତି କରାଯାଇଛି। ଭକ୍ତଙ୍କ ସୁରକ୍ଷା ଦୃଷ୍ଟି କୋଣରୁ ପୋଲିସ ପ୍ରଶାସନ ପକ୍ଷରୁ ୧୫ ପ୍ଲାଟୁନ ଫୋର୍ସ ସମେତ ୨ ଜଣ ଅତିରିକ୍ତ ଏସ୍ପି, ୮ ଜଣ ଡିଏସ୍ପି, ୨୦ ଜଣ ଆଇଆଇସି ସମେତ ୨୦୦ ରୁ ଅଧିକ ପୋଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି ।