କାଲିଠାରୁ ଆଉ ଥରେ ସୁଭଦ୍ରା ଯୋଜନାରେ ଆବେଦନ କରିପାରିବେ ମହିଳା

ଭୁବନେଶ୍ୱର,୩୧/୧୦: ପୁଣି ଖୋଲିଲା ସୁଭଦ୍ରା ପୋର୍ଟାଲ । କାଲି ଠାରୁ ଆଉ ଥରେ ସୁଭଦ୍ରା ଯୋଜନାରେ ଆବେଦନ କରିପାରିବେ ମହିଳା । ଆଉ ଏଥର ସରକାର କିଛି ନିୟମ ମଧ୍ୟ ପରିବର୍ତ୍ତନ କରିଛନ୍ତି । ଯାହାକି ଜାଣିବା ରାଜ୍ୟର ସବୁ ସୁଭଦ୍ରାଙ୍କ ପାଇଁ ଅତ୍ୟନ୍ତ ଜରୁରୀ । ଏଥର ସୁଭଦ୍ରା ଯୋଜନାରେ ସାମିଲ ସେଇମାନେ ହେବେ ଯେଉଁମାନଙ୍କୁ ମାର୍ଚ୍ଚ ୩୧ ସୁଦ୍ଧା ୨୧ ବର୍ଷ ହୋଇଥିବ । ଆଉ ସେମାନେ ସୁଭଦ୍ରା ଟଙ୍କା ପାଇବାର ସମସ୍ତ କ୍ରାଇଟେରିଆ ପାଳନ କରୁଥିବା ନିତାନ୍ତ ଆବଶ୍ୟକ ।ବଡ଼କଥା ହେଲା ଯେଉଁମାନେ ପୂର୍ବରୁ ଆବେଦନ କରିପାରିନଥିଲେ କିମ୍ବା କୌଣସି କାରଣରୁ ବାଦ୍ ପଡ଼ିଥିଲେ ସେମାନେ ଏଥର ଆବେଦନ କରିପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି । ଏପଟେ ପୂର୍ବରୁ ୧୮ ହଜାର ଟଙ୍କା ବୃତ୍ତି ପାଉଥିଲେ ‘ସୁଭଦ୍ରା’ ପାଇଁ ଅଯୋଗ୍ୟ ହେବେ ଛାତ୍ରୀ ବୋଲି ଘୋଷଣା କରିଥିଲେ ସରକାର ।