ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଜଣେ ୨୦ ବର୍ଷୀୟ ଛାତ୍ରୀଙ୍କ ଉପରେ ଏସିଡ୍ ଆକ୍ରମଣ, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ, ୨୬/୧୦: ରାଜଧାନୀ ଦିଲ୍ଲୀର ମୁକୁନ୍ଦପୁର ଅଞ୍ଚଳରେ ଆଜି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଜଣେ ୨୦ ବର୍ଷୀୟ ଛାତ୍ରୀଙ୍କ ଉପରେ ଏସିଡ୍ ଆକ୍ରମଣ ହୋଇଛି। ପୀଡିତା ଗୁରୁତର ପୋଡ଼ିଯାଇଥିବା ଅବସ୍ଥାରେ ଭର୍ତ୍ତି ହୋଇଥିଲେ। ଘଟଣା ଘଟିବା ସମୟରେ ସେ ଅତିରିକ୍ତ କ୍ଲାସ ପାଇଁ କଲେଜକୁ ଯାଉଥିଲେ। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପୋଲିସ ତଦନ୍ତ ଆରମ୍ଭ କରିଛି।ପୀଡିତାଙ୍କ ବୟାନ ଅନୁଯାୟୀ, ତିନି ଜଣ ଏକ ମୋଟରସାଇକେଲରେ ଆସିଥିଲେ। ପୀଡିତାଙ୍କ ଉପରେ ଏସିଡ୍ ଫିଙ୍ଗି ଦେଇଥିଲେ। ପୀଡିତା ତାଙ୍କ ମୁହଁକୁ ଢାଙ୍କିବାକୁ ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କ ଉଭୟ ହାତ ପୋଡ଼ି ଯାଇଥିଲା। ଆକ୍ରମଣ ପରେ, ତିନି ଅଭିଯୁକ୍ତ ଘଟଣାସ୍ଥଳରୁ ପଳାଇ ଯାଇଥିଲେ।