ଭୁବନେଶ୍ୱର,୦୬/୧୦: ଦିନିକିଆ ନୂଆପଡା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନୂଆପଡ଼ା ମିନି ଷ୍ଟାଡିୟମରେ ଆୟୋଜିତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ଉଦଘାଟନ କରିଛନ୍ତି । ୮୭୭ କୋଟିି ଟଙ୍କା ବିନିମୟରେ ହେବାକୁ ଥିବା ୮୦୯ ଗୋଟି ପ୍ରକଳ୍ପର ଘୋଷଣା ସହିତ ୬୪ କୋଟି ଟଙ୍କା ବିନିମୟରେ ୧୦୯ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ସିଏମ । ୧୫୯ କୋଟି ଟଙ୍କା ବିନିମୟରେ ୩୯ ଗୋଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ l ଏହି କାର୍ଯ୍ୟକ୍ରମରେ ପଞ୍ଚାୟତି ରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, କଳାହାଣ୍ଡି ସାଂସଦ ମାଳବିକା ଦେବୀ ,ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।