ବଲୁଚିସ୍ତାନର କ୍ବେଟାରେ ଆତ୍ମଘାତୀ ବିସ୍ପୋରଣ, ୮ଜଣ ମୃତ

ନୂଆଦିଲ୍ଲୀ,୩୦/୦୯: ବଲୁଚିସ୍ତାନର ରାଜଧାନୀ କ୍ବେଟା ସହରରେ ବଡ଼ଧରଣର ଆତ୍ମଘାତୀ ବିସ୍ପୋରଣ ହୋଇଛି । ସେଠାରେ ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଆତ୍ମଘାତୀ ବିସ୍ପୋରଣ ହୋଇଛି । ସୂଚନା ଅନୁସାରେ, ଆତ୍ମଘାତୀ ବିସ୍ପୋରଣରେ ୮ଜଣ ପ୍ରାଣ ହରାଇଛନ୍ତି ଏବଂ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ବିସ୍ଫୋରଣ ଏତେ ବଡ଼ଧରଣର ହୋଇଛି ଯେ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି । ଫ୍ରଣ୍ଟିୟର ଫୋର୍ସ ମୁଖ୍ୟାଳୟ ନିକଟରେ ଘଟିଛି ଏହି ବିସ୍ଫୋରଣ । ଏଥିରେ ୩ ଜଣ ପାକିସ୍ତାନୀ ସୈନ୍ୟ ମଧ୍ୟ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି । କ୍ବେଟାରେ ବାରମ୍ବାର ବିସ୍ଫୋରଣ ଘଟୁଛି । ପାକିସ୍ତାନ ସରକାର ଓ ସେନା ବିରୋଧରେ ବଲୁଚ ବାସିନ୍ଦା ଲଗାତାର ପ୍ରତିବାଦ କରିଆସୁଛନ୍ତି । ସେପଟେ ପାକିସ୍ତାନ ଅଧିକୃତ- ପିଓକେରେ ସରକାରଙ୍କ ବିରୋଧରେ ଅଶାନ୍ତି ଲାଗିରହିଛି ।