ଆରବିଆଇର ଡେପୁଟି ଗଭର୍ଣ୍ଣର ଭାବରେ ନିଯୁକ୍ତି ପାଇଥିବାରୁ ଶିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୯/୦୯: ଆରବିଆଇର ଡେପୁଟି ଗଭର୍ଣ୍ଣର ଭାବରେ ନିଯୁକ୍ତି ପାଇଥିବାରୁ ଶିରୀଶ ଚନ୍ଦ୍ର ମୁର୍ମୁଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶିରୀଶ ଚନ୍ଦ୍ର ମୁର୍ମୁ ହେଉଛନ୍ତି ଜମ୍ମୁ-କଶ୍ମୀରର ପ୍ରଥମ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ସାନ ଭାଇ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆରବିଆଇର ଡେପୁଟି ଗଭର୍ଣ୍ଣର ଭାବରେ ନିଯୁକ୍ତି ପାଇଥିବାରୁ ଶିରୀଶ ଚନ୍ଦ୍ର ମୁର୍ମୁଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । ଆରବିଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ତାଙ୍କର ଦୀର୍ଘ ଦିନର ଅଭିଜ୍ଞତା ଓ କାର୍ଯ୍ୟଦକ୍ଷତା ଦେଶର ଆର୍ଥିକ ବ୍ୟବସ୍ଥା ଓ ଅର୍ଥନୀତିକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ ବୋଲି ମୋର ଦୃଢ଼ ବିଶ୍ୱାସ । ଆଗାମୀ କାର୍ଯ୍ୟକାଳ ଓ ନୂତନ ଦାୟିତ୍ୱ ପାଇଁ ଶୁଭେଚ୍ଛା ଜଣାଉଛି ଏବଂ ସଫଳତା କାମନା କରୁଛି ।