ପାକିସ୍ତାନକୁ ହରାଇ ୯ମ ଥର ପାଇଁ ଏସିଆ କପ୍ ହାତେଇଲା ଭାରତୀୟ ଦଳ

ନୂଆଦିଲ୍ଲୀ,୨୯/୦୯: ଦୁବାଇରେ ପାକିସ୍ତାନକୁ ୫ ରନରେ ହରାଇ ୯ମ ଥର ପାଇଁ ଏସିଆ କପ୍ ହାତେଇଲା ଭାରତୀୟ ଦଳ । ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ରବିବାର ଖେଳାଯାଉଥିବା ଏସିଆ କପ୍ ଫାଇନାଲ ମ୍ୟାଚ। ଆଉ ଏହି ମ୍ୟାଚରେ ଭାରତ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରି ଟାଇଟଲ ହାତେଇଛି । ଭାରତ ଆଗରେ ବିଜୟ ପାଇଁ ୧୪୭ ରନ ଲକ୍ଷ୍ୟ ଥିବାବେଳେ ଭାରତ ୨ଟି ବଲ୍ ବାକି ଥାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଛି  । ଦଳ ପକ୍ଷରୁ ତିଲକ ବର୍ମା ୬୯ ରନର ଏକ ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ । ଭାରତ ମାତ୍ର ୨୦ ରନରେ ୩ ଟି ଓ୍ବିକେଟ୍ ହରାଇ ସଂକଟରେ ପଡ଼ିଥିବାବେଳେ ତିଲକ ପ୍ରଥମେ ସଞ୍ଜୁ ସାମସନ ଓ ପରେ ଶିବମ ଦୁବେ ଭଲ ପ୍ରଦର୍ଶନ କରି ଦଳକୁ ଜିତାଇଥିଲେ । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଖେଳୁଥିବା ରିଙ୍କୁ ସିଂ ଚୌକା ମାରି ଦଳ ପାଇଁ ବିଜୟ ଆଣିଦେଇଥିଲେ ।