ମନ କି ବାତ କାର୍ଯ୍ୟକ୍ରମର ୧୨୬ତମ ଏପିସୋଡ୍‌କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୮/୦୯: ମନ କି ବାତ କାର୍ଯ୍ୟକ୍ରମର ୧୨୬ତମ ଏପିସୋଡ୍‌କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ସହିଦ ଭଗତ ସିଂହ ଏବଂ ‘ଭାରତ ରତ୍ନ’ ଲତା ମଙ୍ଗେଶକରଙ୍କୁ ସେମାନଙ୍କ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଉଭୟ ମହାନ ବ୍ୟକ୍ତିତ୍ୱଙ୍କ ଅବଦାନକୁ ମଧ୍ୟ ମନେ ପକାଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗର ଦୁର୍ଗା ପୂଜା ମଣ୍ଡପଗୁଡ଼ିକ ବିଷୟରେ କହିଛନ୍ତି । ସେ କହିଛନ୍ତି, କିଛି ସମୟ ପୂର୍ବରୁ , ଭାରତ ସରକାରଙ୍କ ସମାନ ପ୍ରୟାସ ଯୋଗୁ କୋଲକାତାର ଦୁର୍ଗା ପୂଜା ମଧ୍ୟ ୟୁନେସ୍କୋ ତାଲିକାର ଅଂଶ ହୋଇଥିଲା । ଯଦି ଆମେ ଆମର ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକୁ ଏପରି ବିଶ୍ୱସ୍ତରୀୟ ସ୍ୱୀକୃତି ଦେବା, ତେବେ ବିଶ୍ୱ ମଧ୍ୟ ସେସବୁ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକରୁ ଶିଖିବ, ବୁଝିବ ଏବଂ ଏଥିରେ ଅଂଶଗ୍ରହଣ କରିବାକୁ ଆଗେଇ ଆସିବ ।