ନୂଆଦିଲ୍ଲୀ,୨୭/୦୯: ତାମିଲନାଡୁ କରୁରରେ ଅଭିନେତା ବିଜୟଙ୍କ ରାଜନୈତିକ ରାଲିରେ ଦଳାଚକଟା ହୋଇଛି । ଏଥିରେ ୧୦ଜଣଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି । ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁଥିବା କୁହାଯାଉଛି । ଆଜି ସନ୍ଧ୍ୟାରେ ଏହି ବିଜୟ ରାଲି ହେବାର ଥିଲା । ବିଜୟ ପ୍ରାୟ ୬ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ । ବିଜୟଙ୍କୁ ଦେଖିବାକୁ ହଜାର ହଜାର ଲୋକ ଜମା ହୋଇଥିଲେ । ଏହି ସମୟରେ ଦଳଚକଟା ହୋଇଛି । ମୁଖ୍ୟମନ୍ତ୍ରୀ ଷ୍ଟାଲିନ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।