କର୍ମଠ ମୁଖ୍ୟମନ୍ତ୍ରୀ କହି ମୋହନ ମାଝୀଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର, ୨୭/୦୯:  ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଝାରସୁଗୁଡ଼ା ଯୁବ ସମାବେଶରେ  ସାମିଲ ହେଲେ ।  ଜୟ ଜଗନ୍ନାଥ, ମାଆ ସମଲେଇ କହି ମଞ୍ଚରେ ମୋଦୀ ଅଭିଭାଷଣ ଆରମ୍ଭ କଲେ । ସ୍ଥାନୀୟ ଲୋକଙ୍କୁ ଜୁହାର ଜଣାଇଲେ । କର୍ମଠ ମୁଖ୍ୟମନ୍ତ୍ରୀ କହି ମୋହନ ମାଝୀଙ୍କୁ ପ୍ରଶଂସା କଲେ । ମୋଦୀ କହିଛନ୍ତି, ଡବଲ ଇଞ୍ଜିନ ସରକାରରେ ଓଡ଼ିଶା ଆଗକୁ ବଢୁଛି । ଦେଶରେ ବିଏସ୍‌ଏନ୍‌ଏଲ୍‌ -୪ଜି ସେବା ଆରମ୍ଭ ହୋଇଛି । ଶିକ୍ଷା, ଯୋଗାଯୋଗ ରେଲୱେର ଶୁଭାରମ୍ଭ । ଗରିବ, ପଛୁଆଙ୍କୁ ମୌଳିକ ସେବା ଯୋଗାଇଦେବା ଆମର ଲକ୍ଷ୍ୟ । ଆଜି ୪୦ ହଜାରରୁ ଅଧିକ ଘରକୁ ସ୍ୱୀକୃତି ମିଳିଛି । ପ୍ରକୃତି ଓଡ଼ିଶାକୁ ବହୁତ କିଛି ଦେଇଛି । ୨ଟି ସେମିକଣ୍ତକ୍ଟର ପାଇଁ କେନ୍ଦ୍ର ମଞ୍ଜୁରୀ ମିଳିଛି । ସବୁ କ୍ଷେତ୍ରରେ ଆତ୍ମନିର୍ଭର ହେଉଛି ଭାରତ । ପାରାଦୀପରୁ ଝାରସୁଗୁଡ଼ା ପର୍ଯ୍ୟନ୍ତ ଶିଳ୍ପ କରିଡର ହେବ । ଭାରତ ଗ୍ଲୋବାଲ୍‌ ଟେଲିକମ୍‌ ହବ୍‌ ହେବାକୁ ଯାଉଛି । ୩୦ ହଜାର ଗାଁକୁ ହାଇସ୍ପିଡ୍‌ ଇଣ୍ଟରନେଟ୍‌ ସୁବିଧା ମିଳିବ ।