ମଦର ଡାଏରି ନିଜର କ୍ଷୀରର ମୂଲ୍ୟ ହ୍ରାସ, ଜାଣନ୍ତୁ କ୍ଷୀର କିଣିଲେ ଦେବେ କେତେ ଟଙ୍କା?

ଭୁବନେଶ୍ୱର,୧୬/୦୯: ଗ୍ରାହକଙ୍କ ପାଇଁ ଖୁସି ଖବର। ଆଜି ମଦର ଡାଏରି ନିଜର କ୍ଷୀରର ମୂଲ୍ୟ ହ୍ରାସ କରିଛି । ତେବେ ସେପ୍ଟେମ୍ବର ୨୨ ତାରିଖରୁ ନୂତନ GST ହାର ଲାଗୁ ହେବାକୁ ଯାଉଛି, କିନ୍ତୁ ଏହା ପୂର୍ବରୁ ମଧ୍ୟ କମ୍ପାନି ଏହାର ପ୍ୟାକେଟ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଛି । ମଦର ଡାଏରି ଏହାର ୧ ଲିଟର ଟେଟ୍ରା ପ୍ୟାକ୍ କ୍ଷୀରର ମୂଲ୍ୟ ୭୭ ଟଙ୍କାରୁ ୭୫ ଟଙ୍କାକୁ ହ୍ରାସ କରିଛି । ଏହା ବ୍ୟତୀତ ଘିଅ ଏବଂ ପନିର ସମେତ ଅନ୍ୟାନ୍ୟ ସାମଗ୍ରୀର ମୂଲ୍ୟ ମଧ୍ୟ ହ୍ରାସ ପାଇଛି । କମ୍ପାନି ଦ୍ୱାରା କ୍ଷୀର ମୂଲ୍ୟ ହ୍ରାସ କରାଯିବା ପରେ ଏବେ ୪୫୦ ଗ୍ରାମର ପ୍ୟାକେଟ୍ ୩୩ ଟଙ୍କା ବଦଳରେ ୩୨ ଟଙ୍କାରେ ମିଳିବ । ଏହା ବ୍ୟତୀତ କମ୍ପାନିର ସମସ୍ତ ସ୍ୱାଦର ୧୮୦ ଗ୍ରାମର ମିଲ୍କସେକ୍ ପ୍ୟାକର ମୂଲ୍ୟ ମଧ୍ୟ ୩୦ ଟଙ୍କାରୁ ୨୮ ଟଙ୍କାକୁ ହ୍ରାସ କରାଯାଇଛି । ସେହିପରି ୨୦୦ ଗ୍ରାମ ପନିର ପ୍ୟାକେଟର ମୂଲ୍ୟ ଏବେ ୯୫ ଟଙ୍କା ବଦଳରେ ୯୨ ଟଙ୍କା ହେବ ।