କଟକ ରେଲୱେ ଷ୍ଟେସନରେ ଭୁଶୁଡ଼ିଲା ନିର୍ମାଣାଧୀନ ଛାତ

ଭୁବନେଶ୍ୱର,୨୭/୦୮: କଟକ ରେଲୱେ ଷ୍ଟେସନରେ ଭୁଶୁଡ଼ିଲା ନିର୍ମାଣାଧୀନ ଛାତ । ପ୍ଲାଟଫର୍ମ ୧ରେ ଭୁଶୁଡ଼ି ପଡ଼ିଲା ନିର୍ମାଣାଧୀନ ଛାତ । ଉପର ସେଡ୍‌ର କିଛି ଅଂଶ ମଧ୍ୟ ଟ୍ରାକ୍‌ ଉପରେ ପଡ଼ିଛି । ଶ୍ରମିକ ଓ ଯାତ୍ରୀଙ୍କର କ୍ଷତି ହୋଇଛି ନା ନାହିଁ ସ୍ପଷ୍ଟ ହୋଇପାରି ନାହିଁ । କିଛି ଟ୍ରେନ୍‌ର ଯାତାୟାତ ମଧ୍ୟ ବିଳମ୍ବିତ ହେଉଥିବା ସୂଚନା । ଏଥିସହ ବର୍ତ୍ତମାନ ଏକ ନମ୍ବର ପ୍ଲାଟଫର୍ମ ରେ ଟ୍ରେନ ଚଳାଚଳ ବନ୍ଦ ରହିଛି ।ଶ୍ରମିକ ଓ ଯାତ୍ରୀଙ୍କର କ୍ଷତି ହୋଇଛି ନା ନାହିଁ ସ୍ପଷ୍ଟ ହୋଇପାରି ନାହିଁ। ରେଳ ଲାଇନ ଉପରେ ଛାତ ପଡ଼ିଥିବାରୁ କିଛି ଟ୍ରେନ୍‌ର ଯାତାୟାତ ମଧ୍ୟ ବିଳମ୍ବିତ ହେଉଥିବା ସୂଚନା ମିଳିଛି। ଭଗ୍ନାଶଂ ତଳେ ଶ୍ରମିକ ରହିଛନ୍ତି କି ନାହିଁ ତାହାର ସନ୍ଧାନ ଚାଲିଛି । ତେବେ ରେଳବାଇ ପକ୍ଷରୁ କୁହାଯାଇଛି ଯେ, କାମ କରୁଥିବା ଶ୍ରମିକଙ୍କ ଉପସ୍ଥାନ ନିଆଯାଇଛି। ସମସ୍ତ ଶ୍ରମିକ ସୁରକ୍ଷିତ ରହିଛନ୍ତି ।