ଆସନ୍ତାକାଲି ଗଣେଶ ପୂଜା, କମିସନରେଟ ପୋଲିସ ପକ୍ଷରୁ ଗାଇଡଲାଇନ ଜାରି

ଭୁବନେଶ୍ୱର,୨୬/୦୮: ଆସନ୍ତାକାଲି ଗଣେଶ ପୂଜା । ପୂଜାପାଇଁ କମିସନରେଟ ପୋଲିସ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି । ଗଣେଷ ପୁଜାରେ ରାଜଧାନୀରେ ବାଜିବନି ଡିଜେ । ରାସ୍ତା ଉପରେ ଲାଗି ପାରିବନି ବଡ ବଡ ତୋରଣ । କମ୍ ସାଉଣ୍ଡରେ ବାଜିପାରିବ ଭକ୍ତି ସଂଗୀତ । ରାତି ୧୦ ପରେ ମେଲୋଡିକୁ ମଧ୍ୟ ମନା ହୋଇଛି । ସେହିପରି ଭଷାଣ ଉତ୍ସବ ବେଳେ ଫୁଟିବନି ଆତସବାଜି । ପ୍ରତି ମଣ୍ଡପରେ ସିସିଟିଭି ବାଧ୍ୟତାମୂଳକ ରହିଛି । ପୂଜା ସମୟରେ ଦାଦାବଟି ଆଦାୟ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ । ନିଶାମୁକ୍ତ ପୁଜା ପେଣ୍ଡାଲ ପାଇଁ ପୋଲିସ ଗୁରୁତ୍ୱ ଦେଇଛି । ରାଜଧାନୀରେ ଭିଡ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି ।