ବିହାର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଶିକ୍ଷକ ନିଯୁକ୍ତିରେ ବିହାରର ଲୋକଙ୍କୁ ମିଳିବ ପ୍ରାଥମିକତା

ନୂଆଦିଲ୍ଲୀ,୦୪/୦୮: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବଡ଼ ଘୋଷଣା । ସେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ଆହୁରି ଅଧିକ ସୁଦୃଢ଼ କରିବାକୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ସେ ଘୋଷଣା କରିଛନ୍ତି ଯେ, ଏବେ ବିହାରର ଲୋକଙ୍କୁ ଶିକ୍ଷକ ନିଯୁକ୍ତିରେ ପ୍ରାଥମିକତା ଦିଆଯିବ । ଏଥିପାଇଁ ଶିକ୍ଷା ବିଭାଗକୁ ନିୟମରେ ଆବଶ୍ୟକୀୟ ସଂଶୋଧନ କରିବାକୁ କୁହାଯାଇଛି । ଏହି ପରିବର୍ତ୍ତନ TRE-4ରେ ଲାଗୁ କରାଯିବ ବୋଲି ସୂଚନା ରହିଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ଯେ, ୨୦୦୫ ନଭେମ୍ବର ମାସରେ ବିହାରରେ ତାଙ୍କ ସରକାର ଗଠନ ହେବା ପରଠାରୁ, ରାଜ୍ୟରେ ଶିକ୍ଷାର ଉନ୍ନତିକୁ ସର୍ବାଧିକ ପ୍ରାଥମିକତା ଦିଆଯାଇଛି । ଏହାସହ ଏହି ଦିଗରେ ବହୁ ସଂଖ୍ୟକ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ସେ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ TRE-4 ପରୀକ୍ଷା ୨୦୨୫ରେ ଅନୁଷ୍ଠିତ ହେବ, ଯେତେବେଳେ TRE-5 ପରୀକ୍ଷା ପରବର୍ତ୍ତୀ ବର୍ଷ ଅର୍ଥାତ୍ ୨୦୨୬ ରେ ଅନୁଷ୍ଠିତ ହେବ ।