କୁଲଗାମରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ,୨/୦୮: ଜାମ୍ମୁ ଓ କାଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷାବଳଙ୍କୁ ବଡ଼ ସଫଳତା ମିଳିଛି । ଏକ ବଡ଼ ଧରଣର ଆତଙ୍କବାଦ ବିରୋଧୀ ଅଭିଯାନରେ ସୁରକ୍ଷାକର୍ମୀମାନେ ଜଣେ ଆତଙ୍କବାଦୀଙ୍କୁ ନିପାତ କରିଥିବା ବେଳେ ଅନ୍ୟ ୨ରୁ ୩ ଜଣ ଆତଙ୍କବାଦୀଙ୍କୁ ଘେରାବନ୍ଦି କରାଯାଇଛି । ଏହି ଅପରେସନ ଏବେ ବି ଜାରି ରହିଛି । ସୁରକ୍ଷାକର୍ମୀମାନେ ସମଗ୍ର ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି ।

ସୂଚନାଅନୁସାରେ ସନ୍ଧ୍ୟାରେ କୁଲଗାମ ଜିଲ୍ଲାର ରେଡୱାନି ପାଇନ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଗୁପ୍ତ ସୂଚନା ମିଳିଥିଲା । ସୁରକ୍ଷାକର୍ମୀମାନେ ଯେତେବେଳେ ସନ୍ଦିଗ୍ଧ ସ୍ଥାନ ନିକଟରେ ପହଞ୍ଚିଥିଲେ, ସେଠାରେ ଲୁଚି ରହିଥିବା ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହାର ଜବାବରେ ସୁରକ୍ଷାକର୍ମୀମାନେ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଖବର ସାମ୍ନାକୁ ଆସିଛି ।