ଆଜିଠୁ ନୂଆ ନିୟମ ଲାଗୁ: ୟୁପିଆଇ କାରବାରରେ ପରିବର୍ତ୍ତନ, ଜାଣନ୍ତୁ କଣ?

ଭୁବନେଶ୍ୱର,୧/୦୮:  ଆଜିଠାରୁ କିଛି ନିୟମରେ ପରିବର୍ତ୍ତନ ହୋଇଛି। ନିୟମ ପରିବର୍ତ୍ତନ ପରେ ଏହା ଜନସାଧାରଣଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇବ। ଏହି ପରିବର୍ତ୍ତନ ଗୁଡ଼ିକ ମଧ୍ୟରେ ୟୁପିଆଇରେ ବାଲାନ୍ସ ଚେକ୍ କରିବା ଠାରୁ ନେଇ ଏଲପିଜି କମର୍ସିଆଲ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ହ୍ରାସ ଓ ବ୍ୟାଙ୍କିଂ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ଅନ୍ତର୍ଭୁକ୍ତ । ଜାଣନ୍ତୁ କେଉଁ ସବୁ ନିୟମରେ ଆଜିଠୁ ହେବ ପରିବର୍ତ୍ତନ…

ୟୁପିଆଇ କାରବାରରେ ପରିବର୍ତ୍ତନ ହୋଇଛି। ଦିନକୁ ସର୍ବାଧିକ ୫୦ଥର ଯାଏ ବାଲାନ୍ସ ଯାଞ୍ଚ କରିପାରିବେ। ଅଟୋ ପେ କାରବାରରେ କିଛି ପରିବର୍ତ୍ତନ ହୋଇଛି। ନିର୍ଦ୍ଦିଷ୍ଟ ସମୟରେ ଅଟୋ ପେ କାରବାର ହେବ। ୟୁପିଆଇ ପେମେଣ୍ଟ ବିଫଳ ହେଲେ, ସ୍ଥିତି ଯାଞ୍ଚ ପାଇଁ ୩ଟି ସୁଯୋଗ ମିଳିବ। ପ୍ରତ୍ୟେକ ପ୍ରୟାସ ମଧ୍ୟରେ ୯୦ସେକେଣ୍ଡ ସମୟ ଅପେକ୍ଷା କରିବାକୁ ପଡିବ
ବ୍ୟାଙ୍କିଂ ଆଇନ-୨୦୨୫ ଆଜିଠାରୁ କାର୍ଯ୍ୟକାରୀ ହେବ।
ଆଜିଠାରୁ କମର୍ସିଆଲ ଗ୍ୟାସ ଦର ହ୍ରାସ ହେବ।