ଭିଜିଲାନ୍ସ ଜାଲରେ ରାସ୍ତା ଓ ଗୃହ ନିର୍ମାଣ ଡିଭିଜନ-୩ ସହକାରୀ ଯନ୍ତ୍ରୀ

ଭୁବନେଶ୍ୱର,୩୦/୦୭: ଭିଜିଲାନ୍ସ ଜାଲରେ ଆଉ ଜଣେ ସହକାରୀ ଯନ୍ତ୍ରୀ । ରାସ୍ତା ଓ ଗୃହ ନିର୍ମାଣ ଡିଭିଜନ-୩ ସହକାରୀ ଯନ୍ତ୍ରୀ ଅଶୋକ ପଣ୍ଡାଙ୍କ ଘରେ ଚଢ଼ାଉ ଚାଲିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ହୋଇଛି । ଭୁବନେଶ୍ୱରର ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ ।ଭିଜିଲାନ୍ସର ୧୫ ଜଣିଆ ଟିମ୍ ଚଢ଼ାଉରେ ସାମିଲ ଥିଲେ । ଭିଜିଲାନ୍ସ ଚଢ଼ାଉ ବେଳେ ବାବୁ ଜଣକ ଟଙ୍କା ବ୍ୟାଗ ଫୋପାଡ଼ିଦେଇଥିବା ସୂଚନା ମିଳିଛି । ଘରୁ  ଦାମୀ ବ୍ରାଣ୍ଡର ଚଷମା, ଘଣ୍ଟା, ହୀରା ବି ମିଳିଛି । ତେବେ ସୁନା ହାର ସହ ଅନ୍ୟ ସୁନା ଅଳଙ୍କାର ବି ଜବତ କରିଛି ଭିଜିଲାନ୍ସ । ଅନେକ ଦିନ ଧରି ବାବୁ ଜଣକ ଭିଜିଲାନ୍ସ ସ୍କାନରରେ ଥିଲେ ।