ଭୁବନେଶ୍ୱର,୩୦/୦୭: ରାଜ୍ୟରେ ଏବେ ପ୍ରବଳ ବର୍ଷା ଲାଗି ରହିଛି । ଅନ୍ୟପଟେ ଲଗାଣ ବର୍ଷାରେ ବେହାଲ୍ ଭଦ୍ରକ । ବିଶେଷ କରି ଜିଲ୍ଲାର ତିହିଡ଼ି, ବାସୁଦେବପୁର, ଚାନ୍ଦବାଲି ଓ ଧାମନଗର ବ୍ଲକ୍ରଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଏପଟେ ବହୁ ଲୋକ ଏହି ୪ ବ୍ଲକର ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ଆଶ୍ରୟ ନେଇଥିବା ଜଣାଯାଇଛି । ଏହାକୁ ଆଖି ଆଗରେ ରଖି ଭଦ୍ରକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତିହିଡ଼ି, ବାସୁଦେବପୁର, ଚାନ୍ଦବାଲି ଓ ଧାମନଗର ବ୍ଲକ୍ର ସମସ୍ତ ବିଦ୍ୟାଳୟକୁ ଆଜି ଦିନକ ପାଇଁ ବନ୍ଦ ଘୋଷଣା କରାଯାଇଛି । ଅନ୍ୟପକ୍ଷରେ ଆଜି ରାଜ୍ୟର ଅଧା ଜିଲ୍ଲାରେ ବର୍ଷା ସମ୍ଭାବନା। ରାଜ୍ୟର ୧୫ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଏଭଳି ଆକଳନ କରିଛି ପାଣିପାଗ ବିଭାଗ। ଏସବୁ ଜିଲ୍ଲା ଗୁଡ଼ିକ ହେଲା ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ । ଏସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।