ଭୁବନେଶ୍ୱର,୦୮/୦୭: ଆସନ୍ତାକାଲି ଦେଶର ୨୫ କୋଟିରୁ ଅଧିକ ଶ୍ରମିକ ଦେଶବ୍ୟାପୀ ଧର୍ମଘଟ କରିବାକୁ ରାସ୍ତାକୁ ଓହ୍ଲାଇବେ । ଏଥିରେ ବ୍ୟାଙ୍କିଂ, ବୀମା, ଡାକ ସେବାଠାରୁ କୋଇଲା ଖଣି ପର୍ଯ୍ୟନ୍ତ କାମ କରୁଥିବା ଶ୍ରମିକ ସାମିଲ ହେବେ । ୧୦ଟି କେନ୍ଦ୍ରୀୟ ଟ୍ରେଡ ୟୁନିଅନର ମିଳିତ ମଞ୍ଚ ଏହାକୁ ‘ଭାରତ ବନ୍ଦ’ ର ଡାକରା ଦେଇଛନ୍ତି । ୟୁନିଅନ ସଂଘ କହିଛନ୍ତି, ସରକାର ଶ୍ରମିକଙ୍କ ଦାବିକୁ ଅଣଦେଖା କରିଛନ୍ତି ଏବଂ କର୍ପୋରେଟ ସ୍ବାର୍ଥକୁ ପ୍ରୋତ୍ସାହିତ କରିଛନ୍ତି । କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ଏହି ଦେଶବ୍ୟାପୀ ଧର୍ମଘଟ ଡକରା ଦିଆଯାଇଛି । ଏହି ବନ୍ଦ ଯୋଗୁଁ ସାରା ଦେଶରେ ଜୀବନଯାତ୍ରା ପ୍ରଭାବିତ ହେବାର ଆଶଙ୍କା ରହିଛି । ଏହି ଦେଶବ୍ୟାପୀ ଧର୍ମଘଟ ଦେଶର ଅର୍ଥନୈତିକ, ଶିକ୍ଷାଗତ ଏବଂ ଅନେକ ପ୍ରମୁଖ ପ୍ରତିଷ୍ଠାନ ଏବଂ ସେବାକୁ ପ୍ରଭାବିତ କରିବ। କାରଣ ଏଥିରେ ବ୍ୟାଙ୍କିଂ, ବୀମା, ଡାକ ଏବଂ କୋଇଲା ଖଣି ଭଳି ଅନେକ କ୍ଷେତ୍ରର କର୍ମଚାରୀ ସାମିଲ ହେବେ।